
ରାଜନଗର -28.11.023 କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ଅଲିଭରିଡଲେଙ୍କ ଏନ୍ତୁଡିଶାଳ ହୋଇଥିବା ଵେଳେ ସାମୁଦ୍ରିକ ଅଭୟାରଣ୍ୟରେ ମତ୍ସ୍ୟଜୀବୀଙ୍କ ଲାଗି ରୋକ୍ ଲାଗି ଥିବାରୁ ଵନବିଭାଗକୁ ଚାଲେଞ୍ଜ ଦେଇ ଵାରମ୍ବାର ନିରମ ଭଙ୍ଗ କରି ମାଛ ମାରୁଥିବାରୁ ଵନ ବିଭାଗ ୧୦ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଟ୍ରଲର ଜଵତ କରିଛି। ଗହୀରମଥା ଵନାଞ୍ଚଳ ଅଧିକାରୀ ଶ୍ରୀ ପ୍ରଦୋଷ କୁମାର ମହାରଣାଙ୍କ ନେତୃତ୍ୱରେ ଫରେଷ୍ଟର ସୁରେଶ କୁମାର ପୃଷ୍ଟି ସମେତ ବନ କର୍ମଚାରୀ ପେଟ୍ରୋଲିଂ କରୁଥିବା ବେଳେ ଏକକୂଳା ନିକଟରେ ଆଲୋକଜ୍ୟୋତି ନାମକ ଟ୍ରଲର ଯୋଗେ ମାଛମାରୁଥିବା ଟ୍ରଲର ସମେତ ଫିସ୍ ଫାଇଣ୍ଡର, ଜିପିଏସ୍ ,ଭିଏଚ୍ଏଫ୍ ଓ ୭କୁଇଣ୍ଟାଲ ମାଛକୁ ଵନବିଭାଗ ଟିମ୍ କାଵୁ କରିଵା ସହ ରାମକୃଷ୍ଣ ମଣ୍ଡଳ, ବାଦଲ ପାଲ, ଭଵେଶ କୁମାର ମଣ୍ଡଳ, ଶଶାଙ୍କ ମଣ୍ଡଳ, ଵଳରାମ ଦାସ, ଶ୍ରୀ କାନ୍ତ ମଣ୍ଡଳ, ତ୍ରୀପତି ଜାନା, ସୁନିଲ ମଣ୍ଡଳ, ଶ୍ରୀକ୍ରିଷ୍ଣା ମଣ୍ଡଳ, ଓ ଘନଶ୍ୟାମ ମଣ୍ଡଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ରେଞ୍ଜର ଶ୍ରୀ ମହାରଣା ସୂଚନା ଦେଇଛନ୍ତି।