ସ୍କୁଲ ବନ୍ଦ ଘଟଣା, ସହକାରୀ ଶିକ୍ଷକ ନିଲମ୍ବିତ

add-all

ଦାରିଙ୍ଗବାଡ଼ି, ୯/୧୨,କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଡିଡ୍ରବାଡ଼ି ସ୍କୁଲ ବନ୍ଦ ହେବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଇକିଆ ଗୋଷ୍ଟି ଶିକ୍ଷା ଅଧିକାରୀ ହାଡ଼ିବନ୍ଧୁ ବେହେରା ବୁଧବାର ଦିନ ସ୍କୁଲରେ ପହଞ୍ଚି ଘଟଣାର ତଦନ୍ତ କରିଥିବା ବେଳେ ଗୁରୁବାର ଦିନ ସହକାରୀ ଶିକ୍ଷକ ମୋହନ କୁମାର ମହାରଣା ଙ୍କୁ ନିଲମ୍ବନ କରିଛନ୍ତି । ମଧ୍ୟାହ୍ନ ଭୋଜନ ବନ୍ଦ ଓ ଅନଧିକୃତ ଭାବେ ଅନୁପସ୍ଥିତ ତଥା ନିଜ କର୍ତ୍ତବ୍ୟ ରେ ଅବହେଳା ଯୋଗୁଁ ଗୋଷ୍ଟି ଶିକ୍ଷା ଅଧିକାରୀ ମୋହନ କୁମାର ମହାରଣା ଙ୍କୁ ନିଲମ୍ବିତ କରିଛନ୍ତି। ବାଡାବାଙ୍ଗା ପଞ୍ଚାୟତ ଅନ୍ତର୍ଗତ ଡ଼ିଡ୍ରବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ମାନେ ନଆସିବା ଫଳରେ ସୋମବାର ଦିନ ଛାତ୍ରଛାତ୍ରୀ ମାନେ ସ୍କୁଲ ଗେଟ୍ ସାମ୍ନା ରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ମଧ୍ୟାହ୍ନ ଭୋଜନ ବନ୍ଦ ରହିବା ଫଳରେ ଛାତ୍ରଛାତ୍ରୀ ମାନେ ଭୋକରେ ଘରକୁ ଚାଲି ଯାଇଥିଲେ । ଉକ୍ତ ସ୍କୁଲରେ ୩ ଜଣ ଶିକ୍ଷକ ନିଯୁକ୍ତି ହୋଇଥିବା ବେଳେ ସମସ୍ତ ଶିକ୍ଷକ ଅନୁପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.