ବ୍ରାହ୍ମଣୀଗାଁରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

add-all

ଦାରିଙ୍ଗବାଡ଼ି ୧୩/୧୨ : ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୁଲ୍ୟରେ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ଗଦାଧର ପାତ୍ରଙ୍କ ତତ୍ୱବାଧାନ କ୍ରମେ ଏପିଓ କେଦାରଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ବିଏସଏସଓ କ୍ଷୀତିସ ପ୍ରିୟଦର୍ଶୀ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସହିତ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ଶିବିରର ଉଦେଶ୍ୟ ବୋଲି ବକ୍ତବ୍ୟ ରଖିଥିଲେ । ଶିବିରରେ ବ୍ରାହ୍ମଣୀଗାଁ ଅଞ୍ଚଳରୁ ବିଭିନ୍ନ ପଞ୍ଚାୟତରୁ ୩୧୬ ଜଣ ଭିନ୍ନକ୍ଷମ ବ୍ୟକ୍ତି ନାମ ପଞ୍ଜିକୃତ କରିଥିଲେ । ସେମାନଙ୍କୁ ବିଶେଷଜ୍ଞ ମାନଙ୍କ ଦ୍ୱାରା ପରୀକ୍ଷା କରାଯାଇ ଶ୍ରବଣ ସମସ୍ୟାରେ ୪୮ ଜଣ, ଶାରିରୀକ ଅକ୍ଷମତା ୧୧୭ ଜଣ, ମାନସିକ ବିକାରଗ୍ରସ୍ତ ୫୨ ଜଣ, ୭୦ ଜଣ ସିକଲସେଲ ଏବଂ ୨୯ ଜଣ ଦୃଷ୍ଟି ବାଧିତଙ୍କୁ ଚିହ୍ନଟ କରାଯାଇଛି। ଶିବିରରେ ଷ୍ଟଲ ଖୋଲାଯାଇ ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରାଯାଇ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିଲା । ୧୯୫ ଜଣଙ୍କୁ ଭିନ୍ନକ୍ଷମ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ହୁଇଲ ଚେୟାର ୪ ଜଣଙ୍କୁ, ଆଶା ବାଡ଼ି ୩, ଶ୍ରବଣ ଯନ୍ତ୍ର ୩ ଏବଂ ବସ ପାସ ୨ ଜଣଙ୍କୁ ଦିଆଯାଇଥିଲା। ବ୍ଲକର ଅନ୍ୟ କର୍ମଚାରୀ ଉପସ୍ଥିତ ରହି ଶିବିର ପରିଚାଳନାରେ ସହାୟତା କରିଥିଲେ।

ad-week
Leave A Reply

Your email address will not be published.