
ହିଞ୍ଜିଳିକାଟୁ ୧୫/୧୨ : ବିଜୁ ଜନତା ଦଳ ଳ ପକ୍ଷରୁ ତିନି ଦିନ ଧରି ହିଞ୍ଜିଳିକାଟୁ ରୋୟାଲ ପେଲେସ ଠାରେ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା। ପ୍ରଥମ ଦିନରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ତିନୋଟି ଜୋନ ର ଦୁଇ ହଜାରରୁ ଅଧିକ ଵିଜେଡି କର୍ମୀ ଯୋଗଦେଇଥିଲେ। ଦୂତୀୟ ଦିନରେ ହିଞ୍ଜିଳିକାଟୁ ପୌରପରିଷଦ ର ଵିଜେଡି କର୍ମୀ ଓ ନେତୃବୃନ୍ଦ ଏବଂ ୦୩ ତୃତୀୟ ଦିନରେ ହିଞ୍ଜିଳିକାଟୁ ବ୍ଲକ୍ ର ନେତୃବୃନ୍ଦ ଓ କର୍ମୀମାନେ ଏବଂ ହିଞ୍ଜିଳିକାଟୁ ବ୍ଲକ୍ ଓ ପୌରପରିଷଦ ର ସମସ୍ତ ୱାର୍ଡ଼ କମିଟି ମେମ୍ବର, ପଞ୍ଚାୟତ ସଭାପତି, ପଦାଧୂକାରୀ ମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଇଥିଲା। ଶଙ୍ଖ ଭବନ ଠାରୁ ତିନି ଜଣ ପ୍ରଶିକ୍ଷକ ଆସି ବିଜୁ ଜନତା ଦଳର ବିକାଶମୂଳକ ଯୋଜନା ଇତ୍ୟାଦି ସମସ୍ତଙ୍କୁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର,ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ପୂର୍ବତନ ଉପାଧ୍ୟକ୍ଷ ତଥା ଗ୍ରୀଟ ଅଧ୍ୟକ୍ଷ ଓ ଵିଜେଡି ସାଧାରଣ ସମ୍ପାଦକ ପବିତ୍ର ମୋହନ ପାଣିଗ୍ରାହୀ, ରାଜ୍ୟ ଵିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର,ଓଡିଶା ମୋ ପରିବାର ସମ୍ପାଦକ ନୀଳମଣି ପଟ୍ଟନାୟକ, ପ୍ୟାରୀମୋହନ ପାଢି, ଜିଲ୍ଲା ସାଧାରଣ ସମ୍ପାଦକ ଅଜୟ କୁମାର ମହାରଣା, ବରିଷ୍ଠ ଵିଜେଡି ନେତା ସୁରେନ୍ଦ୍ରନାଥ ପ୍ରଧାନ,ଡି ବିଶ୍ଵନାଥ,ଏନ ରଘୁନାଥ, ବ୍ଳକ ଵିଜେଡି ଯୁଵ ସଭାପତି ମନୋଜ କୁମାର ସାଵତ, ଶେରଗଡ଼ ଵିଜେଡି ସଭାପତି ଶରତ ଚନ୍ଦ୍ର ପାତ୍ର, ଶେରଗଡ଼ ବିଜେଡି ଯୁଵ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ବରିଷ୍ଠ ଵିଜେଡି ନେତା ହୀନ ଵେହେରା, ହୃଷିକେଶ ପାଢି, ଚିତ୍ତରଞ୍ଜନ ପାଣିଗ୍ରାହୀ, ହିଞ୍ଜିଳିକାଟୁ ପୌରପରିଷଦ କାଉନସିଲର ଵିଭୁପ୍ରସାଦ ପଣ୍ଡା, ଙ୍କ ସମେତ ସମସ୍ତ କାଉନସିଲର, ଜିଲ୍ଲା ପରିଷଦ ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ।