ନାବାଳିକା ଦୁଷ୍କର୍ମ ମାମଲା ରେ ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ପଚିଶ ହଜାର ଜୋରିମାନା

add-all

ଫୁଲବାଣୀ :ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟର ବିଚାରପତି ଅନୀତା ସାହୁ ଏକ ୧୪ ବର୍ଷିୟା ନାବାଳିକା ଦୁଷ୍କର୍ମ ମାମଲା ର ବିଚାର ୧୩ ଜଣ ସାକ୍ଷୀ,ଡାକ୍ତରୀ ରିପୋର୍ଟ୍ ଆଧାରରେ ଵିଚାର କରି ନାଗାର୍ଜ୍ଜୁନ ବିଶୋଇ ୨୭ବର୍ଷ ପିତା କୃଷ୍ଣ ବିଶୋଇ ଗ୍ରାମ କୁଟୁନିପଡା (ବିଶିପଡ଼ା) କନ୍ଧମାଳକୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ଟ୨୫,୦୦୦/-ଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ଅଧିକ ୯ ମାସ କାରାଦଣ୍ଡଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ତରଫରୁ ପୋସ୍କୋ କୋର୍ଟର ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ।
ସୁଚନା ଅନୁସାରେ ପିଡିତା ତା ୧୯.୦୫.୨୦୨୨ରିଖ ସକାଳ ୬ ଟା ୩୦ମିନିଟ୍ ରେ ବିଦ୍ୟାଳୟ ଯିବାବେଳେ ଅଭିଯୁକ୍ତ ବିଦ୍ୟାଳୟରେ ଛାଡ଼ି ଦେବି କହି ଫୁଲବାଣୀ ସହରକୁ ନେଇ ଆସି ଦିନସାରା ବିଭିନ୍ନ ସ୍ଥାନ ବୁଲେଇ ରାତି ୯ଟା ୩୦ ମିନିଟ୍ ପାଖାପାଖି ବେଳେ ହନୁମାନ ମନ୍ଦିର ପାହାଡ଼ କୁ ଟାଣି ଟାଣି ନେଇ ଦୁଷ୍କର୍ମ କରିଥିଲା ଏବଂ ସକାଳ ୪ଟା ୩୦ ମିନିଟରେ ଏ କଥା କାହାରିକୁ କହିଲେ ଜୀବନରେ ମାରି ଦେଵାର ଧମକ ଦେଇ ପୀଡ଼ିତାକୁ ଛାଡ଼ି ଚାଲି ଯାଇଥିଲା। ପୀଡ଼ିତାର ମାଆ ଫୋନ୍ ପାଇ ଭୁବନେଶ୍ବରରୁ ଆସି ଲିଖିତ ଅଭିଯୋଗ ଥାନା ରେ ଦେଇଥିଲେ। ଥାନାଧିକାରୀ ମାମଲାକୁ ଥାନା କେଶ୍ ନ°-୭୭ ତା ୨୧.୦୫.୨୦୨୨ରିଖ ରେଜେଷ୍ଟି କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରାଇଥିଲେ। ଆଜି ତା ୧୬.୧୨.୨୦୨୩ ରିଖ ରେ ବିଚାରପତି ମହାଶୟା ଉକ୍ତ ରାୟ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.