୫ଟି ଅଧ୍ୟକ୍ଷଙ୍କ ଗସ୍ତର ପୂର୍ବପ୍ରସ୍ତୁତି ଅନୁଧ୍ୟାନ କଲେ ରାଜ୍ୟସଭା ସାଂସଦ, ଯାଜପୁର ବିଧାୟକ ଓ ଛତ୍ରପୁର ବିଧାୟକ

Independence

ଛତ୍ରପୁର : ବିଭିନ୍ନ ଧର୍ମାନୁଷ୍ଠାନ ଗୁଡିକୁ ନୂତନ ରୂପ ଦେବା ଲାଗି ସେଗୁଡିକୁ ରାଜ୍ୟ ସରକାରଙ୍କ ୫ଟି ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇଛି, ବିଭିନ୍ନ ଧର୍ମାନୁଷ୍ଠାନ କୁ ମଂଜୁର ଅର୍ଥ ସଠିକ ଉପଯୋଗ ତଥା କାର୍ଯ୍ୟ ର ଉନ୍ନତି ନେଇ ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶକ୍ରମେ ୫ଟି ଓ ଆମ ଓଡିଶା ନବୀନ ଓଡିଶା ର ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ବିଭିନ୍ନ ଅଂଚଳ ର ବୁଲି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି, ଏନେଇ ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିର୍ବାଚନ ମଣ୍ଡଳୀର ଛତ୍ରପୁର ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମରେ ଥିବା ଶୈବ ପୀଠ (ଅଷ୍ଟଶମ୍ଭୁ)ସୁନ୍ଦରେଶ୍ଵର ମନ୍ଦିରକୁ ୫ଟି ରୂପାନ୍ତରିତ ରେ ସାମିଲ ହୋଇଛି, ଏଥି ନିମନ୍ତେ ୧କୋଟି ୫୦ଲକ୍ଷ ଟଙ୍କା ର ଅର୍ଥ ମଞ୍ଜୁର ବି ହୋଇଛି, ରବିବାର ପୂର୍ବାହ୍ନ ରେ ୫ଟି ଓ ଆମ ଓଡିଶା ନବୀନ ଓଡିଶା ର ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ଏହି ମନ୍ଦିର କୁ ପରିଦର୍ଶନ କରିବା ସହିତ ଚାଲିଥିବା ବିଭିନ୍ନ କାର୍ଯ୍ୟ ର ଅନୁଧ୍ୟାନ କରିବେ, ଏହା ସହିତ ଅଂଚଳବାସୀ ଙ୍କ ସହ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି , ଏହି ପରିପ୍ରେକ୍ଷୀ ରେ ସୁନ୍ଦରପୁର ଗ୍ରାମବାସୀ ଙ୍କ ସମେତ ନିର୍ବାଚନ ମଣ୍ଡଳୀର ଜନସାଧାରଣ ମାନେ ଉତ୍ସାହିତ ହୋଇ ରହିଛନ୍ତି, ଶନିବାର ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ସୁନ୍ଦରପୁର ଗ୍ରାମ ରେ ପହଁଚି ପୂର୍ବ ପ୍ରସ୍ତୁତି ଉପରେ ଅନୁଧ୍ୟାନ କରିଥିଲେ, ମନ୍ଦିର କମିଟି ଏବଂସ୍ଥାନୀୟ ଜନପ୍ରତିନିଧି ମାନଙ୍କ ସହ ଆଲୋଚନା କରିଥିଲେ,ଏହି ଅବସର ରେ ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତ ସାହୁ, ଯୁବ ବିଜେଡି ନେତା ବିପ୍ଳବ ପାତ୍ର, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଶଶୀଭୂଷଣ ମହାନ୍ତି,୧୯ଜିଲ୍ଲାପରିଷଦ ସଭ୍ୟାରଶ୍ମିତା ନାହାକ,ସମିତି ସଭ୍ୟା ସୁଜ୍ଞାନୀ ସେଠି, ଯୁବ ବିଜେଡି ସଭାପତି କାଳିଆ ନାହାକ,ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜୁବାବୁ,ଛତ୍ରପୁର ଏନଏସି ର 10ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର,ପୂର୍ବତନ ସାଂସଦ ପ୍ରତିନିଧି ଜଟିଆ ନାହାକ ଏବଂ ଗ୍ରାମର ବହୁ ଭଦ୍ର ଲୋକ ମାନେ ଉପସ୍ଥିତ ଥିଲେ,

ad-week
Leave A Reply

Your email address will not be published.