ଲାଞ୍ଚ ନେବା ଅଭିଯୋଗରେ ଅବସରପ୍ରାପ୍ତ କନିଷ୍ଠ କିରାଣୀଙ୍କୁ ୩ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୩ହଜାର ଟଙ୍କା ଜରିମାନା

add-all

ଫୁଲବାଣୀ:୧୬l୧୨ : ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ବିଚାରପତି ସମର ବିଳାସ ବେହେରା ଆଜି ଏକ ଲାଞ୍ଚ ମାଗିବା ଏବଂ ନେବା ମାମଲାର ବିଚାର କରି, ସାଖି ଓ ପ୍ରମାଣ ଆଧାରରେ ମାମଲାର ଅଭିଯୁକ୍ତ ଫୁଲବାଣୀ ଗ୍ରାମ୍ଯଉନ୍ନୟନ ବିଭାଗର ପୁର୍ବତନ କନିଷ୍ଠ କିରାଣି, ଅମୁଲ୍ୟ କୁମାର ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୫ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ନିଜ ରାୟରେ ଦର୍ଶାଇଛନ୍ତି ବିଚାରପତି। ସୂଚନା ପ୍ରକାରେ ଗତ ୨୦୨୨ ମସିହାରେ ଅମୁଲ୍ୟ ସାହୁ, ସେହି କାର୍ଯାଳୟର ଆଉ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ କିଛି ବକେୟା ଦରମା ଓ ଗ୍ରାଚୁଟି ପ୍ରାପ୍ଯ ର ବିଲ ପ୍ରସ୍ତୁତ କରିବା ପାଇଁ ଲାଞ୍ଚ ଦାବି କରିଥିଲେ । ସେ ଏହି ଲାଞ୍ଚନେଉଥିଲା ବେଳେ ଭିଜିଲାନ୍ସ ବିଭାଗ ଟଙ୍କା ସମେତ ତାଙ୍କୁ ଧରିଥିଲା। ଏହିସଂକ୍ରାନ୍ତରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଏକ ମାମଲା ୪/୧୨.୨.୨୦୨୦ ରୁଜୁ କରି ତାଙ୍କୁ ବିଚାରପତିଙ୍କ ନିକଟରେ ହାଜର କରାଯାଇଥିଲା ଭିଜିଲାନ୍ସ। ଆଜି ସେହି ମାମଲାରର ବିଚାରଣ କରି ଉପରୋକ୍ତ ରାୟ ଶୁଣାଇଛନ୍ତି ବିଚାରପତି ।ମାମଲାକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଭି ଭି ରାମଦାସ ପରିଚାଳନା କରୁଥିଲେ। ତେବେ ଅମୁଲ୍ୟ ସାହୁ ଅବସରପ୍ରାପ୍ତ ଏବଂ ପେନସନ୍ ଭୋଗି ହୋଇଥିବାରୁ,ତାଙ୍କର ପେନସନ୍ ବନ୍ଦ କରିବା ପାଇଁ ତାଙ୍କ ଉପରିସ୍ଥ ବିଭାଗକୁ ଭିଜିଲାନ୍ସ ବିଭାଗ ନିର୍ଦ୍ଦେଶ ଦେବ ବୋଲି ଜଣାପଡିଛି।

ad-week
Leave A Reply

Your email address will not be published.