ହିଞ୍ଜିଳିକାଟୁ ଵିଜେଡି ନେତାଙ୍କ ପରଲୋକ

add-all

ହିଞ୍ଜିଳିକାଟୁ ୧୬/୧୨ : ହିଞ୍ଜିଳିକାଟୁ ଅଞ୍ଚଳର ଜଣାଶୁଣା ସମାଜସେବୀ, ରାଜନେତା ତଥା ହିଞ୍ଜିଳିକାଟୁ ପୌରପରିଷଦ ର ପୂର୍ବତନ କାଉନସିଲର ଓ ବ୍ୟବସାୟୀ ପ୍ରଫୁଲ୍ଲ ଚନ୍ଦ୍ର ସ୍ବାଇଁ (୫୪)ଙ୍କ ପରଲୋକ ଘଟିଛି। ହଠାତ୍‌‌ ଅସୁସ୍ଥତା ଅନୁଭବ କରିବାରୁ ହିଞ୍ଜିଳିକାଟୁ ମେଡିକାଲରେ ଶନିବାର ମଧ୍ୟାହ୍ନରେ ପରିବାର ଲୋକେ ଭର୍ତ୍ତି କରାଇଥିଲେ। ଚିକିତ୍ସିତ ଅବସ୍ଥାରେ ହିଞ୍ଜିଳିକାଟୁ ମେଡିକାଲ ରେ ମୃତ୍ୟୁ ଘଟିଥିଲା। ସ୍ୱର୍ଗତ ସ୍ଵାଇଁ ନିଜ ପୈତୃକ ଗ୍ରାମ ଖରିଡା ରେ ଈଟାଭାଟି ମାଲିକ ଭାବେ ଵେଶ ପରିଚିତ ଥିଲେ ‌। ହିଞ୍ଜିଳିକାଟୁ ବ୍ଳକ ଖରିଡା ପଞ୍ଚାୟତ ର ରାଜନୀତିରେ ସକ୍ରିୟ ଅଶ୍ଂ ଗ୍ରହଣ କରୁଥିଲେ ।।ହିଞ୍ଜିଳିକାଟୁ ଏନଏସି ରେ ୨୦୦୮ ମସିହାରେ ୱାର୍ଡ ନଂ ୧୦ରେଗିଡି ସାହି ରୁ ବିଜେଡି ଦଳରୁ କାଉନସିଲର ପଦରେ ଵିଜୟ ହାସଲ କରିଥିଲେ । ସ୍ଵର୍ଗତ ସ୍ଵାଇଁ ୨୦୦୮ ମସିହାରେ କାଉନସିଲର ହୋଇ ବହୁ ଲୋକାଭିମୁଖି କାର୍ଯ୍ୟ କରିଥିଲେ। ସ୍ଵର୍ଗତ ସ୍ଵାଇଁ ଙ୍କ ବିୟୋଗରେ ହିଞ୍ଜିଳିକାଟୁ ଅଞ୍ଚଳରେ ଓ ଵିଜେଡି କର୍ମୀ ଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଦେହାନ୍ତ ଖବର ପାଇ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ,ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ପ୍ୟାରୀମୋହନ ପାଢି, ମାନସ ରଞ୍ଜନ ବେହେରା,ଟି ରାମେଶ୍ବର ପାତ୍ର,ସନାତନ ନାହାକ ଙ୍କ ସହ ଵହୁ କାଉନସିଲର, ବିଜେଡି ନେତା ସ୍ଵର୍ଗତ ସ୍ଵାଇଁ ଙ୍କ ରେଗିଡିସାହି ସ୍ଥିତ ବାସଭବନରେ ପହଞ୍ଚି ଫୁଲମାଳ ସହଦଳିୟ ପତକା ପକାଇ ଏକ ବିରାଟ ଶୋଭାଯାତ୍ରାରେ ଵାହାରି ସ୍ଵାଇଁ ଙ୍କ ପୈତୃକ ଗ୍ରାମ ଖରିଡା ନିକଟ ରିଷିକୁଲ୍ୟ ନଦୀ କୂଳରେ ଶେଷ କୃତ୍ୟ ସଂପନ୍ନ କରିଛନ୍ତି।

ad-week
Leave A Reply

Your email address will not be published.