ଚିକିଟୀ ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

add-all

ଚିକିଟୀ : ସ୍ଥାନୀୟ ଚିକିଟୀ ବ୍ଲକରେ ଶନିବାର ଦିନ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଟିତ ହୋଇ ଯାଇଛି Iଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟିକା ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ ଯୋଗ ଦେଇ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦ୍ବୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେIଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ,ଉପଖଣ୍ଡ ସାମାଜିକ ମଙ୍ଗଳ ଅଧିକାରୀ,ଚିକିଟୀ ବିଡିଓ,ଚିକିଟୀ ବ୍ଲକ ଅଧ୍ୟକ୍ଷ ଆପନ୍ନା ସେଠୀ, ଚିକିଟୀ ଏନ ଏ ସି ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ,କାର୍ଯ୍ୟନିର୍ବାହୀ ଅଧିକାରୀ କୁଳଦୀପ କୁମାର,ସମନ୍ନୀତ ଶିଶୁବିକାଶ ପ୍ରକଳ୍ପ ଅଧିକାରୀ ଗୀତାଞ୍ଜଳି ପାଣିଗ୍ରାହୀ,ଅତିରିକ୍ତ ତହସିଲଦାର ସୁଶ୍ରୀ ଶାଶ୍ଵତୀ ଷଡଙ୍ଗୀ ଓଚିକିଟୀ ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ମନୋଜ କୁମାର ପାଢୀ ପ୍ରମୁଖ ଯୋଗଦାନ କରିଥିବା ବେଳେ ସମସ୍ତ ନିର୍ବାଚିତ ପ୍ରତିନିଧି ଓ ସମସ୍ତ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ଏଠାରେ ପ୍ରଥମେ ସମସ୍ତ ଦିବ୍ୟଙ୍ଗ ବ୍ୟକ୍ତି ମାନଙ୍କର ନାମ ପଞ୍ଜୀକରଣ କରାଇ ସେମାନଙ୍କ ସକାଶେ ଉଦ୍ଧିଷ୍ଟ ଥିବା ସୁବିଧା କୁ ପ୍ରଦାନ କରିବା ସକାଶେ ସମସ୍ତ ବିଭାଗ କାର୍ଯ୍ୟରତ ଥିବା ବେଳେ ମାନନିୟା ମନ୍ତ୍ରୀ ୧୧ ଟୀ ବିକଳାଙ୍ଗ ଭତ୍ତା,୨୫ ଟୀ ଟ୍ରାଇ ସାଇକେଲ,୫ ଟୀ ଭିଲ ଚୈର,୪ଟୀ ଆଶା ବାଡ଼ି,ଡିଆରୀ ଋଣ ଜଣକୁ,୧୧୦ ଟୀ ହ୍ୟାଣ୍ଡକପ୍ଟ ସାର୍ଟିଫିକେଟ,130 ଟୀ ବସ ପାସ ଦିବ୍ୟାଙ୍ଗ ମାନଙ୍କୁ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ସଂଘଠକ ସୁରେନ୍ଦ୍ର ନାଥ ମଣ୍ଡଳ, ସମାଜସେବୀ ଉମା ରେଡ୍ଡୀ, କିଶୋର ଚନ୍ଦ୍ର ପଣ୍ଡା, ରଘୁନନ୍ଦନ ସାହୁ ଓ ଶ୍ରୀଧର କୁମାର ସାହୁଙ୍କ ସମେତ ବହୁ ସଂଖ୍ୟକ ଯୁବପିଢି ଉପସ୍ଥିତ ରହି ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.