ୟୁରୋ ସ୍କୁଲର ବାର୍ଷିକ କ୍ରୀଡାଉତ୍ସବ ଉଦଯାପିତ

add-all

ଛତ୍ରପୁର : ଛତ୍ରପୁରର ବଜରଙ୍ଗୀ ନଗର ସ୍ଥିତ ୟୁରୋ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ରବିବାର ଉଦଯାପିତ ହୋଇଛି । ସ୍ଥାନୀୟ ଷ୍ଟାଡିୟମ ପରିସରରେ ୨ ଦିନ ଧରି ଛାତ୍ର ଛାତ୍ରୀ ଙ୍କ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କ୍ରୀଡା ଶିକ୍ଷକ ସନ୍ତୋଷ ଗୌଡଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ପ୍ରତିଯୋଗିତା ରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।ଏହି ଅବସରରେ ଅତିଥି ଭାବେ ବଡ଼ିବିଲଡର ବଲାଲ ଖାନ ଯୋଗ ଦେଇ ଖେଳାଳି କୁ ଉତ୍ସାହିତ କରିଥିଲେ, ସ୍କୁଲ ର ମୁଖ୍ୟ ପୃଷ୍ଠ ପୋଷକ ସସ୍ମିତା ମହାପାତ୍ର, ପ୍ରିନସିପାଲ ତପସ୍ୱିନୀ ସାହୁ, ଏକାଡେମୀ ଡାଇରେକ୍ଟର ପ୍ରମୋଦ କୁମାର ମିଶ୍ର ଙ୍କ ସମେତ ସ୍କୁଲ ର ସମସ୍ତ ଶିକ୍ଷକ /ଶିକ୍ଷୟତ୍ରୀ ଏବଂ କର୍ମଚାରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ

ad-week
Leave A Reply

Your email address will not be published.