କୁଲାଡ଼ରେ ୫-ଟି ଅଧ୍ୟକ୍ଷଙ୍କ ସମୀକ୍ଷା…

add-all

ଭଞ୍ଜନଗର : ୫-ଟି ଓ ଆମ ଓଡିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ଙ୍କ ଦୁଇଦିନିଆ ଗଞ୍ଜାମ ଗସ୍ତର ଦ୍ବିତୀୟ ଦିନରେ ସେ ଭଞ୍ଜନଗର ଗସ୍ତ କରିଛନ୍ତି। ଆସିକା ରୁ ଭଞ୍ଜନଗର ଦେଇ କୁଲାଡ଼ ଆସିବା ବାଟରେ ଜିଲୁଣ୍ଡି, ଭଞ୍ଜନଗର ଏନଏସି ଓ ଡିହପଢାଳ ଠାରେ ବିଜୁ ଜନତା ଦଳ ପକ୍ଷରୁ ସ୍ଵାଗତ କରାଯିବା ସହ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।ପରେ କୁଲାଡ଼ ସ୍ଥିତ ମାଁ ବ୍ୟାଘ୍ରଦେବୀ ଓ ଜଗନ୍ନାଥ ମନ୍ଦିରକୁ ଯାଇଥିଲେ। ସେଠାରେ ପୂଜାର୍ଚ୍ଚନା କରିବା ପରେ ମନ୍ଦିର ରୁପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଥିଲେ।କୁଲାଡ ବଡ଼ଦାଣ୍ଡରେ ଅନୁଷ୍ଠିତ ସଭାରେ ମନ୍ତ୍ରୀ ବିକ୍ରମ ଆରୁଖଙ୍କ କାର୍ଯ୍ୟ କୁ ଉଚ୍ଚ ପ୍ରଶଂସା କରିଥିଲେ ପାଣ୍ଡିଆନ୍।

ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଗାଁ ର ବିକାଶ ହେବ। ଗ୍ରାମାଞ୍ଚଳ ରେ ଥିବା ସମସ୍ତ ଜଗନ୍ନାଥ ମନ୍ଦିର ସମେତ ଅନ୍ୟାନ୍ୟ ଦେବାଦେବୀ ମନ୍ଦିରର ବିକାଶ କରାଯିବ। ସମସ୍ତ ଶିକ୍ଷାନୁଷ୍ଠାନ ର ରୁପାନ୍ତରଣ କରାଯାଉଛି। ଆଗାମୀ ଦିନରେ ଭଞ୍ଜନଗର ବାସୀଙ୍କ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ହାତକୁ ନିଆଯାଇଛି। ମହାନଦୀ ର ପୁଣ୍ୟ ପାଣି ଜନସାଧାରଣ ଙ୍କ ଦୁଆର ମୁହଁରେ ପହଞ୍ଚିବ। ପାଇପ୍ ବିଛା କାମ ଚାଲିଛି। ଗତ ବର୍ଷ ସୁଦ୍ଧା ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାମ ସରିବା। ସେହିଭଳି ଫେବୃଆରୀ ପ୍ରଥମ ସପ୍ତାହରେ ଗଞ୍ଜାମ ଜିଲ୍ଲାରେ ଲକ୍ଷ୍ମୀ ବସ ଚଳାଚଳ ଶୁଭାରମ୍ଭ ହେବ। କଲେଜ ମାତ୍ର ୫ ଟଙ୍କା ଦେଇ ଯାଇପାରିବେ।ପ୍ରତି ପଞ୍ଚାୟତରେ ଆମ ବ୍ୟାଙ୍କ ଯୋଜନାରେ ବ୍ୟାଙ୍କ ନିର୍ମାଣ କରାଯାଉଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପୁରୁଷ ଙ୍କ ପାଇଁ ୫ ଲକ୍ଷ ଓ ମହିଳା ଙ୍କ ଚିକିତ୍ସା ପାଇଁ ୧୦ ଲକ୍ଷ ଟଙ୍କାର ଖର୍ଚ୍ଚ ହେବାର ବ୍ୟବସ୍ଥା ରହିଛି। ଏହାସହ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବାବଦରେ କୁଲାଡ ବଡ଼ଦାଣ୍ଡରେ ଅନୁଷ୍ଠିତ ସଭାରେ ଶ୍ରୀ ପାଣ୍ଡିଆନ୍ କହିଥିଲେ। ସେହିଭଳି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ୫-ଟି ଅଧ୍ୟକ୍ଷ ଙ୍କ ସମେତ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ବିଜେଡି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ମଞ୍ଚାସିନ ଥିଲେ।

ad-week
Leave A Reply

Your email address will not be published.