ଫୁଲବାଣୀ : ବିଜୁ ଜନତା ଦଳର ୨୬ତମ ପୂର୍ତ୍ତି ଅବସରରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୁଲ୍ୟରେ ବିଜୁ ଯୁବ ଜନତା ଦଳ ସଭାପତି ବିଷ୍ନୁ ଚରଣ ମଲ୍ଲିକଙ୍କ ନିର୍ଦ୍ଦେଶ ରେ ନଗର ବିଜୁ ଯୁବ ଜନତା ଦଳର ସଭାପତି ରାକେଶ ମିଶ୍ରଙ୍କ ନେତୃତ୍ଵରେ ରକ୍ତଦାନ ଶିବିର ସ୍ଥାନୀୟ ବ୍ଳଡ଼ ବ୍ୟାଙ୍କ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଶିବିର କୁ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ ଶୁଭ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇ ଉତ୍ସାହିତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ବିରେନ୍ଦ୍ର କହଁର,ଯୋଜନା ବୋର୍ଡ଼ ସଦସ୍ଯ ରାଜେନ୍ଦ୍ର ପାଢୀ, ବିଜେଡି ଛାତ୍ର ସଭାପତି ସୁନୀଲ ସେଠୀ,ନଗର ସଭାପତି ବିମଳ ପାଢୀ,ସୂରଜ ମହାନ୍ତି,ରମାକାନ୍ତ ବେହେରା,ଅସିତ୍ କୁମାର ବେହେରା, ଚନ୍ଦନ ପରିଡା, ଲିପି ବେହେରା, ପ୍ରମୁଖ ଉପସ୍ଥିତ ଥିଲେ l ଏହି ଶିବିରରେ ୪୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା l ବ୍ଳଡ଼ ବ୍ୟାଙ୍କ ଅଧିକାରୀ ଡାଃ ଜୟଦୀପ ଘୋଶ, ରେଡକ୍ରସର ସମସ୍ତ ସ୍ଵେଚ୍ଛାସେବୀ ଓ ଓଡ଼ିଶା ମୋ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ
କରିଥିଲେ ।
