ଉପାନ୍ତ ଅଞ୍ଚଳରେ ମୋବାଇଲ ନେଟୱର୍କ ସ୍ଥାପନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କଲେ ସାଂସଦ…

add-all


ମାଲକାନଗିରି,୧୮।୧୨ : ମାଲକାନଗିରି ଜିଲ୍ଲାର ଆମ୍ବିଳିବେଡା, ଗିରିକାନପଲ୍ଲି, କାଳଦାପାଲି, ଉଣ୍ଡୁରକୋଣ୍ଡା, ସାରକୁବନ୍ଦ ଭଳି ଅନେକ ଗ୍ରାମରେ ମୋବାଇଲ ନେଟୱର୍କ ସ୍ଥାପନ ପାଇଁ କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଭେଟି ଅନୁରୋଧ କଲେ ସାଂସଦ ରମେଶ ମାଝି । ଏକଦା ଏହି ସବୁ ଅଞ୍ଚଳରେ ମାଓ ଭୟ ସହ ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ ସେହି ସମସ୍ୟାକୁ ଦୂର କରିବାରେ ରାଜ୍ୟ ସରକାର ପଦକ୍ଷେପ ନେଇ ବାରମ୍ବାର ଏହି ଅଞ୍ଚଳରେ ମୋବାଇଲ ନେଟୱର୍କ ପାଇଁ ଅନୁରୋଧ କରାଯାଇଥିଲେ ସୁଦ୍ଧା ତାହା ବର୍ତ୍ତମାନ ଯାଏଁ ସମ୍ଭବ ହୋଇ ନାହି । ଯାହାକୁ ନେଇ ଆଜି ପୁଣିଥରେ ନବରଙ୍ଗପୁର ସାଂସଦ ଶ୍ରୀ ମାଝି କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଭେଟି ଏକ ଲିଖିତ ଦାବିପତ୍ର ପ୍ରଦାନ କରିବା ସହ ମାଲକାନଗିରି ଓ ନବରଙ୍ଗପୁରର ବିଭିନ୍ନ ଗ୍ରାମରେ ମୋବାଇଲ ନେଟୱର୍କ ସ୍ଥାପନ ପାଇଁ ଅନୁରୋଧ କରିଛନ୍ତି ।

ad-week
Leave A Reply

Your email address will not be published.