ଭୁସୁଡୁଛି ମାଓ ଦୁର୍ଗ – ଦୁର୍ଗମ ଅଂଚଳରେ ମାଓ ଶହୀଦ ସ୍ତମ୍ଭ ଭାଙ୍ଗିଲେ ସୁରକ୍ଷା ବାହିନୀ ଯବାନ….

add-all

ମାଲକାନଗିରି : ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ମାଓବାଦୀଙ୍କ କୋର ଏରିଆ କୁହାଯାଉଥିବା ସାଲାତୋଙ୍ଗରେ ମାଓବାଦୀଙ୍କ ଏକ ଶହୀଦ ସ୍ତମ୍ଭକୁ ଭାଙ୍ଗିଲେ ସୁରକ୍ଷାବାହିନୀ ଯବାନ l ସୂଚନା ଅନୁଯାଇ ଡ଼ିଆରଜି, ବସ୍ତର ଫାଇଟରସ, ସିଆରପିଏଫ-217 ବାହିନୀ, କୋବ୍ରା-208, 204 ବାହିନର ଯବାନମାନେ ମାଓବାଦୀଙ୍କ କୋର ଏରିଆ କୁହାଯାଉଥିବା ସୁକମା ଜିଲ୍ଲାର ସାଲାତୋଙ୍ଗ ଅଞ୍ଚଳରେ ଏକ ନୂତନ କ୍ୟାମ୍ପ କରିବା ପରେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରିବା ସମୟରେ ମାଓବାଦୀଙ୍କ ଏକ ଶହୀଦ ସ୍ତମ୍ଭର ସନ୍ଧାନ ପାଇ ଉକ୍ତ ସ୍ତମ୍ଭ ଟିକୁ ଭଂଙ୍ଗୀଛନ୍ତି l ଏହି ସ୍ତମ୍ଭଟି ଦୀର୍ଘ ବର୍ଷ ହେବ ମାଓବାଦି ସଂଗଠନର ପ୍ରଚାର ପ୍ରସାର ସହ ଏଠାରେ ଏକତ୍ରୀତ ହୋଇ ମାଓମେଳି କରିବା ସହ ଜନଅଦାଲତ ବସାଇ ନିରହ ଲୋକଙ୍କୁ ପୋଲିସ ସୂଚନା ଦାତା ଆରୋପ ଲଗାଇ ହତ୍ୟା କରୁଥିଲେ ମାଓ ସଂଗଠନ କିନ୍ତୁ ସୁରକ୍ଷାବାହିନୀ ଯବାନମାନେ ଏହାର ସନ୍ଧାନ ପାଇବା ପରେ ଏକ ହିଟାଚି ମେସିନ ନେଇ ଏହି ମାଓ ସ୍ତମ୍ଭଟିକୁ ସମ୍ପୂର୍ଣ ରୂପେ ଭାଙ୍ଗିଦେଇଥିଲେ l

ad-week
Leave A Reply

Your email address will not be published.