“ଝଲସୁଛି ମୁନିଗୁଡା ଆକର୍ଷିତ କରିଛି ହସ୍ତୀନାପୁର ରାଜ ପ୍ରସାଦ” ୨୦୨୩ ର ମହାଲକ୍ଷ୍ମୀ ପୂଜାରେ ମହାଭାରତର କଳାକୁଞ୍ଜ…

add-all

ମୁନିଗୁଡା : ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ସଦର ମହକୁମା ପାଇକ ସାହିର ୩୬ତମ ବହୁ ପୁରାତନ ମା ମହାଲକ୍ଷ୍ମୀ ପୂଜା ଉତ୍ସବ ୨୦୨୩ ବିଜୁପଟ୍ଟନାୟକ ଯବକ ସଂଘ ଆନୁକୂଲ୍ୟରେ ପ୍ରତିବର୍ଷ ପରି ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ସଂଘର ସଭାପତି ଚକ୍ରପାଣି ମାର୍ଥା ଓ ସମ୍ପାଦକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଗୌଡ ସୂଚନା ଦେଇଛନ୍ତି। ପ୍ରତିବର୍ଷ ପରି ଚଳିତ ବର୍ଷ ଭିନ୍ନ ଏକ ପ୍ରୟାସ ନେଇ ମା ମହାଲକ୍ଷ୍ମୀଙ୍କୁ ସୌନ୍ଦର୍ଯ୍ୟ ପୂର୍ଣ୍ଣ ଗଢଣରେ ଅସ୍ଥାୟୀ ସୁସଜ୍ଜିତ ପୂଜା ମଣ୍ଡପରେ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଉଛି। ହେଲେ ମାଙ୍କ ଉଦ୍ଦେଶ୍ୟରେ ନିର୍ମିତ ହସ୍ତୀନାପୁର ରାଜପ୍ରାସାଦ ତୋରଣ ସାଙ୍ଗକୁ ମହାଭାରତର ୯ଟି ସୂତ୍ରକୁ ଆଧାର କରି ନିର୍ମିତ ହୋଇଥିବା ଷ୍ଟାଚୁ ମୂର୍ତ୍ତି ଦେଖଣାହାରିଙ୍କୁ ଵେସ୍ ଆକୃଷ୍ଟ କରି ପାରୁଛି, ଏପରି ସାଜସଜା ଓ ରଙ୍ଗ ବେରଙ୍ଗର ଆଲୋକ ସଜ୍ଜା ଏଵଂ ମାଙ୍କର ଦୈନ ଦିନ କୁଙ୍କୁମ ପୂଜାଠାରୁ
ଆରମ୍ଭ କରି ହୋମଯଜ୍ଞ ପୂଜା ଓ ସନ୍ଧ୍ୟା ଆଳତୀ ଆକର୍ଷଣୀୟ ହୋଇଥିବାରୁ ଦୈନିକ ହଜାର ହଜାର ଲୋକ ଦର୍ଶନ କରୁଥିବା ବେଳେ ମଧ୍ୟାହ୍ନରେ ପାଇକସାହିର ୫ଟି ସ୍ବୟଂସହାୟକ ମହିଳା ଗୋଷ୍ଠୀଙ୍କ ଦ୍ବାରା ଅନୁଷ୍ଠାନର ପ୍ରସାଦ ସେଵନର ଵ୍ୟଵସ୍ଥା କରାଯାଉଛି । ୧୪ତାରିଖ ଦିନ ମାଙ୍କୁ ଆବାହନ କରି ଅନୁଷ୍ଠାନର ନିୟମିତ ମୁଖ୍ୟ ପୁରୋହିତ ଶ୍ରୀ ଜଗବନ୍ଧୁ ପଣ୍ଡା ଓ ତାଙ୍କ ସହଯୋଗୀ ଶ୍ୟାମସୁନ୍ଦର ଦାସ, ନିକୁଞ୍ଜ ଶତପଥୀ, ସଦାନନ୍ଦ ମହାପାତ୍ରଙ୍କ ମିଳିତରେ କଳସ ଯାତ୍ରା, ଗଙ୍ଗା ଆବାହନ, ଅଙ୍କୁର ରୋପଣ, ବେଲଵରଣ, ସୂର୍ଯ୍ୟ ପୂଜା, ହୋମଯଜ୍ଞ କରି ମାଙ୍କୁ ପୂଜାମଣ୍ଡପରେ ଅବସ୍ଥାନ କରାଇ ଦୈନିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଉଥିବା ଵେଳେ ଶୁକ୍ରବାର ଦିନ ପୂର୍ଣ୍ଣାହୂତି ହେଵାର କାର୍ଯ୍ୟକ୍ରମ ରହିଥିବା ଲକ୍ଷୀପୂଜାକୁ ଦୀର୍ଘ ବର୍ଷ ହେଵ ସୁଚାରୁରୂପେ ସମ୍ପନ୍ନ କରିଆସୁଥିବା କମିଟିର ସଭାପତି ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଗୌଡ ମତ ପ୍ରକାଶ କରିଛନ୍ତି। ଏହି ଅନୁଷ୍ଠାନକୁ ପାଇକସାହିର ସମସ୍ତ ସାହିବାସିନ୍ଦାଙ୍କ ସମେତ ଯୁଵକ ମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛନ୍ତି। ସମସ୍ତ ଗୁରୁଦାୟିତ୍ବ ସଭାପତି ପୂର୍ଣ୍ଣ ଚନ୍ଦ୍ର ଗୌଡଙ୍କ ତତ୍ବାଵଧାନରେ ପରିଚାଳିତ ହେଉଥିଲେ ମଧ୍ୟ ଉପସଭାପତି ଶ୍ରୀ ସମ୍ବାରୁ କୁମୁରୁକା, ସମ୍ପାଦକ ଶ୍ରୀ ରମାକାନ୍ତ ମାର୍ଥା, ସହସମ୍ପାଦକ ଶ୍ରୀ ଚନ୍ଦନ କୁମାର ସାହୁ (ପିଣ୍ଟୁ) କୋଷାଧ୍ୟକ୍ଷ ଶ୍ରୀ ଅଜିତ କୁମାର ନାୟକ (କାଳିଆ) ପ୍ରମୁଖ ଦାୟିତ୍ଵରେ ରହି ଵୁଝାସୁଝା କରୁ ଛନ୍ତି। ସେହିପରି ସହଯୋଗୀ ସଭ୍ୟମାନେ ହେଲେ ଚନ୍ଦନ ଦାସ, ମୁକେଶ ମହାରଣା, ବାବୁ ପଟ୍ଟନାୟକ, ଵାଲାଜୀ ଦାସ, କେଦାର ନାୟକ, ମୋନୁ ଖାନ୍, ନନ୍ଦକିଶୋର ପଟ୍ଟନାୟକ, ଭାରତଵନ୍ଧୁ ନାୟକ, ରାଜେଶ ମହାରଣା, ଓମପ୍ରକାଶ ପାତ୍ର ପ୍ରମୁଖଙ୍କ ଭୂମିକା ରହିଛି। ଏହି ଯାତ୍ରାରେ ଆନ୍ଧ୍ରପ୍ରଦେଶ ଓ ଛତିଗଡର କିଛି ଅଞ୍ଚଳର ଦର୍ଶକଙ୍କ ଭିଡ ଜମୁଥିବା ବେଳେ ଫୁଲବାଣି, ଗଞ୍ଜାମ ଓ କଳାହାଣ୍ଡି, ରାୟଗଡା ଜିଲ୍ଲାର ଦର୍ଶକ ଏହି ମହାଲକ୍ଷ୍ମୀ ପୂଜା ଯାତ୍ରାରେ ପଡିଥିବା ଶତାଧିକ ଜିଲ୍ଲା ଏଵଂ ଜିଲ୍ଲା ତଥା ରାଜ୍ୟ ବାହାରୁ ଆସିଥିବା ମୀନାବଜାରର ଵିଭିନ୍ନ ପ୍ରକାର ଶତାଧିକ ଦୋକାନ ସାଙ୍ଗକୁ ଦର୍ଶକଙ୍କ ମନୋରଞ୍ଜନ ପାଇଁ ମଞ୍ଚସ୍ଥ କରୁଛି ଓଡିଶା ଅପେରା, ରାମ ଦୋଳି, ଡ୍ରାଗନ, ବ୍ରେକ୍ ଡ୍ୟାନ୍ସ, ଯାଦୁ ଖେଳ, ମିନି ସର୍କସ, ମ୍ୟାଜିକ୍ ଆଦି ଆକର୍ଷଣୀୟ ପାଲଟିଛି। ମାର୍କେଟ ସାରା ଝିଲିମିଲି ଆଲୋକ ସଜାକୁ ଲକ୍ଷୀପଡିଆ ଚାଟ୍, ଗୁପ୍ ଚୁପ୍, ଝିଲିମିଠା, ଲଙ୍କା ଭାଜିକୁ ମଥୁରା କେକ୍ ଚାଉମିନ ଦୋକାନରେ ଆଦିରେ ମାତ୍ରା ଧିକ ରେଟ୍ ହୋଇଥିଲେ ମଧ୍ୟ ଭିଡଜମାଇ ମଜା ନେଉଛନ୍ତି ଦର୍ଶକ। ଜନଗହଳିକୁ ଲକ୍ଷକରି ମୁନିଗୁଡା ପୋଲିସ ପର୍ଯ୍ୟାପ୍ତ ପରିମାଣରେ ଫୋର୍ସ ମୃତୟନ କରିଥିବା ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.