ଚିକିଟୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସଙ୍କୁଳସ୍ତରୀୟ କ୍ରୀଡା ଅନୁଷ୍ଠିତ…

add-all

ଚିକିଟୀ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ନିକଟରେ ଥିବା ମିନି ଷ୍ଟାଡିୟମରେ ଦିଗପହଣ୍ଡି ସଙ୍କୁଳ ସ୍ତରୀୟ କ୍ରୀଡା ଅନୁଷ୍ଠିତ ହୋଇଯାଇ ଅଛି। କ୍ରୀଡା ସମାରୋହ କୁ ବିଶିଷ୍ଟ ସମାଜସେବୀ ଧର୍ମା ସାହୁ ଯୋଗଦେଇ ଶିଶୁଙ୍କୁ ଶୃଙ୍ଖଳିତ ଓ ପ୍ରତିଯୋଗୀ ଭାବନା ରଖି ଖେଳିବା ପାଇଁ ପରାମର୍ଶ ଦେଇଥିଲେ।
ଏହି କ୍ରୀଡ଼ାରେ ସ୍ଥାନୀୟ ଶିଶୁ ବିଦ୍ୟାମନ୍ଦିର ସହ ମୋହନା, ଖମ୍ବାରୀ ଗାଁ, ପାତ୍ରପୁର, ବାଲିପଡ଼ା, ଏରେଣ୍ଡ୍ରା, ଡେଙ୍ଗାଓସ୍ତା , ଅଡବା ଓ ମହେନ୍ଦ୍ର ଗଡ ର ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥିଲେ।ଶିଶୁ, ବାଲ୍ ଓ କିଶୋର ବିଭାଗର ୨୨୫ ଜଣ ଖେଳାଳୀ ଭାଗ ନେଇ ନିଜ ନିଜ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ମନଦୀପ ବେହେରା (ଚିକିଟୀପେଣ୍ଠ), ଏଲିୟ ନାୟକ,ମିଲେଟ ମାଝୀ (ମୋହନା)ଆଦି ଭାଇଭଉଣୀ ମାନେ ଚମ୍ପିୟାନ ହେବା ସହ ଉଦ୍ଦଯାପନ୍ ଉତ୍ସବରେ ପୁରସ୍କୃତ ହୋଇଛନ୍ତି।ସମସ୍ତ ଶିଶୁଙ୍କୁ ଭବିଷ୍ୟତରେ ଉଚ୍ଚକୋଟୀର ଖେଳାଳୀ ହେବାପାଇଁ ଉଦ୍ଦଯାପନ ଉତ୍ସବରେ ମୁଖ୍ୟ ଅତିଥି ସୁଶାନ୍ତ କୁମାର ସାହୁ ପରାମର୍ଶ ଦେଇ ଥିଲେ। ଆମ ଅନୁଷ୍ଠାନର ସଭାପତି ରାମାରାଓ ସୁବୁଦ୍ଧି, ଉପସଭାପତି ସନ୍ତୋଷ କୁମାର ସାହୁ,ସମ୍ପାଦକ କୃଷ୍ଣ ଚନ୍ଦ୍ର ସାହୁ,ଯୁଗ୍ମ ସମ୍ପାଦକ କେ. ସିମାଞ୍ଚଳ, କୋଷାଧ୍ୟକ୍ଷ ଏସ. ଦୃଗପ୍ରସାଦ ସୁବୁଦ୍ଧି , ସଦସ୍ୟା ପ୍ରିୟଦର୍ଶିନୀ ସାହୁ,ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ବିଷୋୟୀ, ମଞ୍ଚାସିନ ହୋଇ କାର୍ଯ୍ୟକ୍ରମ କୁ ସଫଳ ପରିଚାଳନା କରିଥିଲେ। ତତ୍ ସହ ବିଦ୍ୟାଳୟର ସମସ୍ତ ଗୁରୁଜୀ,ଗୁରୁମା ଓ ସେବିକା ମାନେ ଅତି ସୁନ୍ଦର ଭାବେ ବ୍ୟବସ୍ଥା ରେ ସହଯୋଗୀ ହୋଇଥିଲେ।

ad-week
Leave A Reply

Your email address will not be published.