ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ତ୍ରୁଟିପୂର୍ଣ୍ଣ ନିର୍ମାଣ କାର୍ଯ୍ୟ :ଟ୍ରାଫିକ ଜାମ ରେ ଲୋକେ ନାକେଦମ ….

add-all


ବ୍ରହ୍ମପୁର : ୨୦-୧୨ ଟ୍ରାଫିକ ଜାମ ଓ ଜବର ଦଖଲ ରେ ଲୋକେ ନାକେ ଦମ ଆସିକା ବିଜ୍ଞପିତ ଅଞ୍ଚଳ ପରିଷଦ ର ଅଜବ ନୀତି ବିନା ସର୍ଭେ ରେ ତ୍ରୁଟି ପୂର୍ଣ୍ଣ ଉନ୍ନୟନ କାର୍ଯ୍ୟ ଚାଲିଛି। ଆସିକା ବିଜ୍ଞପିତ ଅଞ୍ଚଳ ପରିଷଦ ର ଅଶୋକ ସିନେମା ହଲ, ମାଲସାହି, ବିନାୟକ ବଜାର ରେ ଦିନକୁ ଦିନ ତମାମ ତୁହା କୁ ତୁହା ଟ୍ରାଫିକ ଜାମ ହେଉଛି। ଆସିକା ସହର ର ସବୁଠାରୁ ବ୍ୟସ୍ତ ବହୁଳ ଏହି ରାସ୍ତା ଏହି ରାସ୍ତା ରେ ଦୁଇଚକିଆ ଚାରିଚକିଆ ଯାନ ବାହାନ ସାଙ୍ଗକୁ ଉଠା ଦୋକାନୀ ଓ ଜବର ଦଖଲ କାରୀଙ୍କ ଯୋଗୁଁ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି। ଏଥିପ୍ରତି ପ୍ରଶାସନ ପକ୍ଷରୁ ଟ୍ରାଫିକ ସମସ୍ୟା କୁ ଦୂର କରିବାକୁ ପ୍ରୟାସ କରାନଯାଇ ଏହି ସଙ୍କୁଚିତ ରାସ୍ତା ରେ ପୁଣି କଂକ୍ରିଟ ରାସ୍ତା ଉପରେ ଫେବର ରାସ୍ତା ନିର୍ମାଣ ଚାଲିଛି। ଆସିକା ବିଜ୍ଞପିତ ଅଞ୍ଚଳ ପରିଷଦ ରେ ଚାଲିଥିବା ତ୍ରୁଟିପୂର୍ଣ୍ଣ ରାସ୍ତାଘାଟ, ଡ୍ରେନେଜ ଗୁଡ଼ିକର ନିର୍ମାଣ ସମ୍ପର୍କ ରେ ଖୋଦ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ହେଉନାହିଁ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.