ବ୍ଲକସ୍ତରୀୟ ଜନଜାତି କ୍ରୀଡ଼ା ମହୋତ୍ସବ…

add-all

ଦାରିଙ୍ଗବାଡି,୨୦/୧୨ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି କଲେଜ ପଡିଆ ଠାରେ ଦାରିଙ୍ଗବାଡି ପଞ୍ଚାୟତ ସମିତି ପକ୍ଷରୁ ବ୍ଲକ ସ୍ତରୀୟ ଜନଜାତି କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ଗଦାଧର ପାତ୍ର ଙ୍କ ସଭାପତିତ୍ବ କ୍ରମେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରୋଦୋନ ମଲିକ ଯୋଗଦେଇଥିବା ବେଳେ ଅତିଥି ଭାବେ ବ୍ଲକ ଅଧକ୍ଷ ସୁଶାନ୍ତ ପ୍ରଧାନ,ତହସିଲଦାର ଶରତ ଶବର, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ପ୍ରଧାନ, ଏସଡିସି ସଦସ୍ୟ ରମାକାନ୍ତ ମାଝୀ,ରଞ୍ଜିତା ମଲିକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କ୍ରୀଡ଼ା ମହୋତ୍ସବ ରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ହୋଇଥିଲା । ଜନଜାତି ପିଲାଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନୁ କୁ ଆଣିବା ପାଇଁ ରାଜ୍ୟ ସରକାର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ବ୍ଲକ ମଙ୍ଗଳ ଅଧିକାରୀ ବିଶ୍ୱଜିତ ଜାଲି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ବ୍ଲକର ସମସ୍ତ କର୍ମଚାରୀ ଓ ପିଇଟି ଶିକ୍ଷକ ମାନେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.