ଦାରିଙ୍ଗବାଡିରେ ଚଳିତବର୍ଷର ପ୍ରଥମ ତୁଷାରପାତ…

add-all

ଦାରିଙ୍ଗବାଡି,୨୦/୧୨ : ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି ଠାରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ଆଜି ହୋଇଛି । ତୁଷାରପାତ ଫଳରେ ହାଡ଼ଭଙ୍ଗା ଜାଡ ଅନୁଭୂତ ହେବା ସହ ହାତ ଗୋଡ କାଲୁଆ ମାରି ଯାଉଛି । ୧୦ ଟା ପର୍ଯ୍ୟନ୍ତ ଘରୁ ବାହାରିବା କଷ୍ଟକର ହେଉଥିବା ସର୍ବସାଧାରଣରେ ଆଲୋଚନା ହେଉଥିବା ପ୍ରକାଶ ପାଇଛି। ଶୀତର ଜାଡ଼ ପାଇଁ ଦିନ ତମାମ ଶୀତ ବସ୍ତ୍ର ପିନ୍ଧି ରହିବାକୁ ପଡ଼ୁଚି । କୁଲି ମଜୁରିୟା ଶ୍ରେଣୀର ଲୋକ କାମ ଧନ୍ଦାକୁ ଯିବା କଷ୍ଟକର ହେଉଥିବା ଜଣା ପଡ଼ିଛି। ଲୋକେ ଶୀତରୁ ରକ୍ଷା ପାଇବା ପାଇଁ ନିଆଁର ସାହାରା ନେଉଛନ୍ତି । ସନ୍ଧ୍ୟା ହୋଇଗଲେ ବଜାର ଖାଁ ଖାଁ ହୋଇଯାଉଛି । ଗରିବ ଶ୍ରେଣୀର ଲୋକଙ୍କ ପାଖରେ ଶୀତ ବସ୍ତ୍ର ନଥିବା ଫଳରେ ଶୀତରେ କଲବଲ ହେଉଛନ୍ତି । ଦିନ କୁ ଦିନ ଦାରିଙ୍ଗବାଡି ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ଅଭ୍ୟନ୍ତରଣ ଅଞ୍ଚଳରେ ଥିବା ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ଶୀତ ଅନୁଭୂତ ହେଉଥିବା ଆଲୋଚନା ହେଉଛି। ଅନ୍ୟ ପଟେ ପର୍ଯ୍ୟଟକ ଶୀତର ମଜା ନେଉଛନ୍ତି। ଦାରିଙ୍ଗବାଡିରେ ତୁଷାରପାତ ହୋଇଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ଦାରିଙ୍ଗବାଡିର ତାପମାତ୍ରା ଆଜି ୮.୫ ଡିଗ୍ରୀ ସେଲସିଅସ ରହିଥିବା ସୂଚନା ଦିଆଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳବାସି ଏହାକୁ ଗ୍ରହଣ କରିପାରୁନାହାନ୍ତି। ୮ ଡିଗ୍ରୀରେ କିଭଳି ତୁଷାରପାତ ହେବ ବୋଲି ଆଲୋଚନା ଜୋର ଧରିଛି। ଏଣୁ ବ୍ଲକ ପ୍ରଶାସନଙ୍କ ତଥ୍ୟ ଉପରେ ପ୍ରଶ୍ନବାଚି ସୃଷ୍ଟି ହେଉଛି। ଏହିଭଳି ତଥ୍ୟ ଦେବା ଫଳରେ ପର୍ଯ୍ୟଟନ କ୍ଷେତ୍ରରେ ଏହାର କୁପ୍ରଭାବ ପଡ଼ିବ ବୋଲି ବୁଦ୍ଧିଯିବି ମାନେ ମତପ୍ରକାଶ କରିବା ସହ ପର୍ଯ୍ୟଟକଙ୍କ ଆଗମନ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ସର୍ଵ ସାଧାରଣରେ ଆଲୋଚନା ହେଉଥିବା ଜଣା ପଡ଼ିଛି।

ad-week
Leave A Reply

Your email address will not be published.