ଆଞ୍ଚଳିକ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଶଙ୍କରାଖୋଲ ରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା ଅନ୍ତର୍ଗତ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଚକାପାଦ ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ହୃଦା ରଞ୍ଜନ ସାହୁ । ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଜାନକୀ ପ୍ରଧାନ , ସମ୍ମାନିତ ଅତିଥ୍ ମାନଙ୍କ ମଧ୍ୟରେ ଥିଲେ ବ୍ଲକ ଚେୟାରମ୍ୟାନ ଶ୍ରୀମତୀ ବଇନେତ୍ରୀ କହଁର, ଷ୍ଟେଟ ବ୍ୟାଙ୍କ ଶାଖାର ପୂର୍ବତନ ଶାଖା ପରିଚାଳକ ଶ୍ରୀଯୁକ୍ତ ଅନିରୁଦ୍ଧ ପ୍ରଧାନ, ମୋ ସ୍କୁଲ ସଭାପତି ଶ୍ରୀଯୁକ୍ତ ବିଷ୍ଣୁ ଚରଣ ଦିଗାଳ, ସମିତି ସଭ୍ୟ ଶ୍ରୀଯୁକ୍ତ କିରାପ ପ୍ରଧାନ, ସମିତି ସଭ୍ୟ ଶ୍ରୀଯୁକ୍ତ କିରାପ ପ୍ରଧାନ, ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀଯୁକ୍ତ ମନୋରଞ୍ଜନ ପତ୍ରୀ, ସାମ୍ବାଦିକ ମନୋଜ କୁମାର ଗଉଡ, ରାଜେଶ ପାଣିଗ୍ରାହୀ, ତ୍ରିନାଥ ସାହୁ । ବିଭିନ୍ନ ପ୍ରତିଯୋଗିତାରେ କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଅଧକ୍ଷ୍ୟ ଡଃ ସନ୍ତୋଷ କୁମାର ପ୍ରଧାନ ଅଧକ୍ଷତା କରିଥିଲେ । ଅଧ୍ୟାପକ ଶ୍ରୀ ରାମକୃଷ୍ଣ ମହାନ୍ତି ଅତିଥ୍ ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ଡଃ ବାବୁଲା ପାଟଜୋଶୀ , ନୋଡାଲ ଅଫିସର କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତ୍ରୁତ ବିବରଣୀ ପଥ କରିଥିଲେ । ଅଧ୍ୟାପକ ଶିବରାମ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.