ଅବକାରୀ ବିଭାଗର କାର୍ଯ୍ୟ କରୁଛି ପୁଲିସ ପ୍ରଶାସନ…

ଦେଶୀମଦ ଦୋକାନରୁ ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
ହିଞ୍ଜିଳିକାଟୁ ; ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଞ୍ଚଳରେ ବେଧଡକ ଭାବେ ବିପୁଳ ପରିମାଣରେ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ହେଉଥିବା ଦେଖିବାକୁ ମିଳିଛି । ପାନ ଦୋକାନ, ଫାଷ୍ଟଫୁଡ୍ ଦୋକାନ ଠାରୁ ଆରମ୍ଭ କରି ହୋଟେଲ ସମେତ ବିଭିନ୍ନ ସାହି ଗଳିକନ୍ଦିରେ ଦୋକାନରେ ଚୋରାରେ ଦେଶୀ ଓ ବିଦେଶୀ ମଦ ବିକ୍ରି କରାଯାଉଥିବା ଦେଖିବାକୁ ମିଳିଛି । ବିଭିନ୍ନ ସମୟରେ ହିଞ୍ଜିଳି ପୁଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ କରାଯାଇ ବେଆଇନ ଭାବେ ବିକ୍ରି କରୁଥିବା ଅଭିଯୋଗରେ ଚୋର ମଦ ବେପାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଉଥିବା ନଜିର ରହିଛି । ତେବେ ସ୍ଥାନୀୟ ଅବକାରୀ ବିଭାଗ ପକ୍ଷରୁ କାଁ ଭାଁ ଚଢାଉ କରାଯାଉଛି । ବିପୁଳ ପରିମାଣର ମଦ ଜବତ କରାଯାଉଥିଲେ ମଧ୍ୟ କମ୍ ପରିମାଣର ମଦ ଜବତ କରାଯାଉଥିବା ଦର୍ଶାଯାଉଥିବା ଜଣାପଡିଛି । ଯାହାକି ମଦ ବ୍ୟବସାୟୀ ଓ ଅବକାରୀ ବିଭାଗର ମଧୁଚନ୍ଦ୍ରିକା ଚାଲିଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ବୁଧବାର ରାତିରେ ହିଞ୍ଜିଳି ଥାନା ନନ୍ଦିକ ସ୍ଥିତ ଲାଇସେନ୍ସପ୍ରାପ୍ତ ଦେଶୀ ମଦ ଦୋକାନ ଉପରେ ହିଞ୍ଜିଳି ପୁଲିସ ଅର୍ତକିତ ଚଢାଉ କରି ବେଆଇନ ଭାବେ ଗଚ୍ଛିତ ଥିବା ୨୧୬ ଲିଟରରୁ ଉର୍ଦ୍ଧ୍ୱ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଜବତ କରିଛି । ବେଆଇନ ବିଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ହିଞ୍ଜିଳି ପୁଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଜଣଙ୍କ ହେଲେ ସ୍ଥାନୀୟ ଥାନା ନନ୍ଦିକ ଗ୍ରାମ ବଡଦାଣ୍ଡ ସାହିର ନିଳାଞ୍ଚଳ ବେହେରା(୨୩) । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୯୮୪/୨୩ରେ ଏକ ମାମଲା ରୁଜୁ କରି ଗିରଫ ଯୁବକଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିଲା।ଚଢାଉ ଵେଳେ ହିଞ୍ଜିଳି ଥାନା ର ସରୋଜ କୁମାର ରଣସିଂହ, ବିରେନ୍ଦ୍ର ମଣ୍ଡଳ, ଓ ଅନ୍ୟାନ୍ୟ ଷ୍ଟାଫ ସହଯୋଗ କରିଥିଲେ।ବିପୁଳ ପରିମାଣରେ ବିଦେଶୀ ମଦ ଜବତ ପରେ ଅବକାରୀ ବିଭାଗର କାର୍ଯ୍ୟ କରୁଛି ପୁଲିସ ପ୍ରଶଶସନ ବୋଲି ସାଓାରଣରେ ମତପ୍ରକାଶ ପାଇଛି । ପ୍ରକାଶ ଥାଉକି, ୨୦୧୨ ମସିହାରେ ୨୯.୭୪ ଲକ୍ଷ ଟଙ୍କା ବିନିମୟରେ ଅବକାରୀ କାର୍ଯ୍ୟାଳୟ କୋଠା ନିର୍ମାଣ କରାଯାଇଥିଲେ ମଧ୍ୟ ଅବକାରୀ ବିଭାଗୀୟ କାର୍ଯ୍ୟାଳୟ ବିଭିନ୍ନ ସମୟରେ ସହରର ବିଭିନ୍ନ ଅଞ୍ଚଳରେ ଭଡା ସୂତ୍ରରେ ଘରକୁ କାର୍ଯ୍ୟାଳୟ ଭାବେ ଚାଲୁଛି । ସ୍ଥାନୀୟ ଅବକାରୀ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବହୁ ସମୟରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି । ନିର୍ମାଣଧିନ କୋଠା ଅବ୍ୟହୃତ ହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିବା ସହ ସଂପୃକ୍ତ ସ୍ଥାନ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଏ ଦିଗରେ ବିଭାଗୀୟ ଉଚ୍ଚ କ୍‌ର୍ତ୍ତୁପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲରେ ଦାବି ହୋଇଛି ।

nis-ad
Leave A Reply

Your email address will not be published.