
ଫୁଲବାଣୀ : ଫୁଲବାଣୀ ସ୍ଥିତ କନ୍ଧମାଳ ଷ୍ଟାଡିୟମ ଠାରେ ଗତ କିଛି ଦିନ ଧରି ମହାବିଦ୍ୟାଳୟ ସ୍ତରରେ ଚାଲିଥିବା ନୂଆ-ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି। ଆୟୋଜିତ ଉଦଯାପନୀ ଉତ୍ସବରେ ଯୋଗ ଦେଇ ୫-ଟି ତଥା ନବୀନ ଓଡିଶା ଅଧ୍ଯକ୍ଷ ଭି କେ ପାଣ୍ଡିଆନ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶାର ଭବିଷ୍ୟତ ବୋଲି କହିବା ସହ ସେମାନଙ୍କୁ ସଫଳତାର ମନ୍ତ୍ର ଦେଇଥିଲେ। କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି ଓ ଏହାର ବିକଳ୍ପ ନାହିଁ ବୋଲି କହିଥିଲେ ପାଣ୍ଡିଆନ।
ରାଜ୍ୟରେ ଉନ୍ନତ ମାନର ଶୈକ୍ଷିକ ପରିବେଶ ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲାଗୁ କରାଯାଇଥିବା ସ୍କୁଲ ଓ କଲେଜ ରୂପାନ୍ତରଣ ଯୋଜନାକୁ ଯୁଗାନ୍ତକାରୀ ପଦକ୍ଷେପ ଛାତ୍ରଛାତ୍ରୀମାନେ ଏହାର ସୁଯୋଗ ନେବା ଆବଶ୍ୟକ ବୋଲି ପାଣ୍ଡିଆନ କହିଥିଲେ। ଏହି ଅବସର ରେ କନ୍ଧମାଳ ଷ୍ଟାଡିୟମ ଠାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ୧୦ ହଜାରରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।ଉପସ୍ଥିତ ଥିବା ସମସ୍ତ ମହା ବିଦ୍ୟାଳୟର ଛାତ୍ରଛାତ୍ରୀ ସାଂସ୍କୁତିକ କାର୍ଯ୍ୟକ୍ରମର ମେଲୋଡି କାର୍ଯ୍ୟକ୍ରମ କୁ ଭରପୁର ଉପଭୋଗ କରିବା ସହ ନୃତ୍ୟ କରିଥିଲେ l
ପରେ ସ୍ଥାନୀୟ କରୋନେସନ ପଡିଆ ଠାରେ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେଇ ୫-ଟି ଅଧ୍ଯକ୍ଷ ଉପସ୍ଥିତ ବିଜେଡି କର୍ମୀଙ୍କୁ
ଉଦବୋଧନ ଦେଇଥିଲେ। ଗତ ଦିନରେ ପାଣ୍ଡିଆନଙ୍କ ପ୍ରୟାସରେ ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ପାଇଁ ଅନୁଦାନ ଯୋଗାଇ ଦିଆ ଯାଇଥିବାରୁ ଦଳ
ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ପାଣ୍ଡିଆନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ପାଣ୍ଡିଆନ ତାଙ୍କ ଅଭିଭାଷଣରେ ଉପସ୍ଥିତ ଦଳୀୟ କର୍ମୀମାନଙ୍କୁ ନବୀନ ପଟ୍ଟନାୟକଙ୍କ ସେନା ବୋଲି ଅଭିହିତ କରିବା ସହ ତାଙ୍କ ନେତୃତ୍ୱରେ ରାଜ୍ୟର ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ପାଇଁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ବିଜେଡି ସଂଗଠନ ସମ୍ପାଦକ ପଣବ ପ୍ରକାଶ ଦାସ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଚକ୍ର ମଣି କହଁର,ସ୍ଵତନ୍ତ୍ର ଉନ୍ନୟନ୍ନ ପରିଷଦର ଅଧ୍ୟକ୍ଷ ରୋଦନ ମଲ୍ଲିକ,ବିହନ ନିଗମ ଅଧ୍ୟକ୍ଷ ବିଜୟ ନାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକଙ୍କ ସମେତ ସବୁ ବ୍ଳକର ଅଧ୍ୟକ୍ଷ ମାନେ ଉପସ୍ଥିତ ଥିଲେ l