“ହାତୀକା ଦାନ୍ତ ଖାନେକା ଅଲଗ ଦିଖାନେ କା ଅଲଗ” ନୀତିରେ ଚାଲିଛି ସରକାରଙ୍କ ଅଣ୍ଡା ବଣ୍ଟା ଯୋଜନା ….!

add-all

ବ୍ରହ୍ମପୁର : ରାଜ୍ୟ ସରକାର ବିଭିନ୍ନ ଉନ୍ନୟନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ନିର୍ବାଚନ କୁ ଆଖି ଆଗରେ ରଖି ବହୁ ପ୍ୟାକେଜ ଘୋଷଣା କରିବା ସହ ମଠ ମନ୍ଦିର କୁ କୋଟି କୋଟି ଟଙ୍କା ଦେଉଛନ୍ତି। ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପିଲାଙ୍କୁ ପୃଷ୍ଟିକର ଖାଦ୍ୟ ପାଇଁ ଓ ସରକାରୀ ବିଦ୍ୟାଳୟ ରେ ଅଧିକ ସଂଖ୍ୟାରେ ଉପସ୍ଥାପନା ବଢାଇବା ପାଇଁ ଅଣ୍ଡା ଯୋଜନା ପ୍ରଣୟନ କରିଛନ୍ତି। ତାହା ସାଙ୍ଗକୁ ଅଙ୍ଗନବାଡି କୁ ଆସୁଥୁବା ଶିଶୁ ମାନଙ୍କୁ ପ୍ରତି ମାସରେ ୧୨ ଟି ଅଣ୍ଡା ଓ ପ୍ରସୂତି,ଗର୍ଭବତୀ ମହିଳା ଙ୍କୁ ମଧ୍ୟ ଅଣ୍ଡା ଦେବାର ବ୍ୟବସ୍ଥା ରହିଛି। ସରକାର କେତେ ଟଙ୍କା ଦେଉଛନ୍ତି। ବଜାର ରେ ଅଣ୍ଡାର ଦାମ କେତେ ଅଛି। କେବେ ସମୀକ୍ଷା କରାଯାଇଛି କି ? ଯଦି ନାହିଁ ତାହା ହେଲେ ପିଲା ଓ ମହିଳା ମାନଙ୍କୁ ଅଣ୍ଡା କେତେ ଓ କିପରି ଦିଆଯାଉଥିବ ତାହା ନିଜେ ଦାୟିତ୍ୱବାନ ବାବୁ ମାନେ ଅଚାନକ ଆସି ଦେଖିଲେ ସରକାର ଙ୍କ ଯୋଜନା ର ଅସଲ ରୂପ ଜଣାପଡିବ ବୋଲି ଚର୍ଚ୍ଚା ହେଉଛି। ଅଙ୍ଗନବାଡି ଦିଦି ମାନେ ନିଜର ଚୌକିକୁ ସୁରକ୍ଷିତ ରଖିବା ପାଇଁ କିଏ ଛୋଟ ଅଣ୍ଡା ଖୋଜି ବୁଲୁଛି ତ କିଏ ବାର ବଦଳ ରେ ଦଶ ଦେଉଛି। ଆଉ କେତେକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କ ସଂଖ୍ୟା ଅଧିକ ଦେଖାଇବାକୁ ବାଧ୍ୟ ହେଉଛନ୍ତି।ବଜାର ଦର ଠାରୁ ଶିକ୍ଷକ ଓ ଅଙ୍ଗନବାଡି ଦିଦି ମାନଙ୍କୁ ଅଣ୍ଡା ପ୍ରତି ଯଦି ଦୁଇ ଟଙ୍କା କମ ଦିଆଯାଏ ତାହା ହେଲେ ପିଲା ଓ ମହିଳା ମାନଙ୍କ ପାଖରେ ସଠିକ ପରିମାଣ ର ଅଣ୍ଡା କିପରି ମିଳିବ ବୋଲି ସାଧାରଣ ରେ ଆଲୋଚନା ହେଉଛି। ଏହିସବୁ ଭୁଲ ଭଟକା ପାଇଁ ବାବୁ ମାନେ ଓ ସ୍ଥାନୀୟ ନେତା ମାନଙ୍କ ଅସହଯୋଗ ଯୋଗୁଁ ସରକାର ସମାଲୋଚନା ର ଶିକାର ହେଉଛନ୍ତି। ହାତୀ କା ଦାଆଁନ୍ତ ଖାନେକା ଆଲଗ ଦିଖାନେ କା ଆଲଗ ବୋଲି ବୁଦ୍ଧିଜୀବୀ ଙ୍କ ମଧ୍ୟରେ ଆଲୋଚନା ହେଉଛି। ସରକାରଙ୍କ ସମସ୍ତ ମାଗଣା ଯୋଜନା ରେ ଲକ୍ଷ ଲକ୍ଷ ଟଙ୍କା ଘୋଟାଲା ହେଉଥିଲେ ମଧ୍ୟ କେବେବି ଦାୟିତ୍ୱ ରେ ଥିବା କୌଣସି ଅଧିକାରୀଙ୍କ ପକ୍ଷରୁ ଚଢ଼ାଉ ହେଉନଥିବା ଚର୍ଚ୍ଚା ହେଉଛି ।

ad-week
Leave A Reply

Your email address will not be published.