ଗହୀରମଥାରୁ ଟ୍ରଲର ଜବତ ଓ ୧୩ ମତ୍ସ୍ୟଜୀବୀ ଗିରଫ

add-all


ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅନ୍ତର୍ଗତ ଗହୀରମଥା ରେଞ୍ଜର ସାମୁଦ୍ରିକ ଅଭୟାରଣ୍ୟରେ ବେଆଇନ ଭାବେ ମାଛ ମାରୁଥିବା ମା ଗଙ୍ଗା ନାମକ ଏକ ଟ୍ରଲର ସହ 13 ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ୍ କରିଛି ବନବିଭାଗ। ସୂଚନାଯୋଗ୍ୟ ଶୁକ୍ରବାର ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ବନବିଭାଗ ପକ୍ଷରୁ ପେଟ୍ରୋଲିଂ କରୁଥିବା ସମୟରେ ସମ୍ପୃକ୍ତ ଟ୍ରଲର ଗହୀରମଥା ନିଷିଦ୍ଧା ଅଞ୍ଚଳରେ ପଶି ବେନୀୟମ ଭାବେ ମାଛ ମାରୁଥିବାରୁ ଟ୍ରଲରକୁ ବନବିଭାଗ ଜବତ କରିବା ସହ 13 ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ୍ କରି କୋର୍ଟ ଚାଲାଣକରିଛି । ଗିରଫ୍ ବ୍ୟକ୍ତିଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାର ସରୋଜ ପରମାଣିକ,ଭଦ୍ରକ ଜିଲ୍ଲାର ଗଙ୍ଗାଧର ମଲିକ,ପୀତବାସ ମଲିକ, ରଞ୍ଜନ ମଲିକ,ଅଭୟ ମଲିକ, ବଳରାମ ମଲିକ,ଗୁରୁବାରୀ ମଲିକ, ବଗୁଲ ମଲିକ, ଭରତ ମଲିକ, ଦିଲୀପ ରାଉତ,ମେଘୁଆ ମଲିକ,ଆଦିକାନ୍ତ ମଲିକ ଓ ବାଲେଶ୍ୱର ଜିଲ୍ଲାର ମୁକୁନ୍ଦ ମଲିକ ହୋଇ ଥିବା ବେଳେ ଦୁଇଟି ଜିପିଏସ୍,ଦୁଇଟି ଭିଏଚଏଫ୍ ,କଣି ନେଟ 1000ଫୁଟ,ଲ୍ଲୀସ ନେଟ 2000ଫୁଟ, 50 କିଲୋ ମାଛ ଜବତକରିଥିବା ରେଞ୍ଜର ଶ୍ରୀ ପ୍ରଦୋଷ ମହାରଣା ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.