ରାଜନଗର : ସାଙ୍ଗ ସାଥି ହୋଇ ବୁଲି ଯିବା ଭିତରକନିକା ସେଠାରେ ଉପଭୋଗ କରିବା ଜାତୀୟ ଉଦ୍ୟାନରେ ଭରପୁର ଥିବା ସରିସୃପ ସହିତ ବୋଟିଂରେ କୁମ୍ଭୀର ଦେଖି ବେସ୍ ମଜା ନେଇ ସାଉଁଟିବା ପରିବେଶ ଓ ସୌନ୍ଦର୍ଯ୍ୟର ମହନୀୟତା । ଏପରି ବିଶ୍ଵପ୍ରସିଦ୍ଧ ଅଭୟାରଣ୍ୟକୁ ଏଵେ ଦୈନିକ ହଜାର ହଜାର ପର୍ଯ୍ୟଟକଙ୍କ ରହଣୀ ,ପରିଭ୍ରମଣ ଓ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ସମସ୍ତ ଦାୟିତ୍ଵବାନ ଅଧିକାରୀ ଓ କର୍ମଚାରୀ ମାନେ ଜାଗ୍ରତ ରହିଛନ୍ତି। କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ଭିତରକନିକା ଜାତୀୟ ଉଦ୍ୟାନର କନିକା ରେଞ୍ଜର ମାନସ ରଞ୍ଜନ ଦାସଙ୍କ ତତ୍ବାଵଧାନରେ କର୍ମଚାରୀ ସୁନିଲ ରାଉତରାୟ ଓ ଫରେଷ୍ଟର ସମେତ ବିଭିନ୍ନ ପ଼଼ଏଣ୍ଟରେ ଥିବା ଫରେଷ୍ଟର, କର୍ମଚାରୀଙ୍କ ସହଯୋଗରେ ଗତକାଲି ରବିବାର ଦିନ ପ୍ରାୟ ୨୪୦୯ଜଣ ଦେଶ ବିଦେଶରୁ ଆସିଥିବା ପର୍ଯ୍ୟଟକମାନେ ଆସିଥିଲେ। ସେମାନେ ଡାଙ୍ଗମାଳ, ଖୋଳା, ଚାନ୍ଦବାଲି ,ଗୁପ୍ତି , ପଏଣ୍ଟରୁ ବୋଟ ଯୋଗେ ପରିଵେଶ ଵୁଲି ଦେଖିଵା ସହ ସରୀସୃପ ଓ ମଲ୍ଲୀ, ଗୋରୀ ଓ ବ଼଼ଉଳା କୁମ୍ଭୀର ଦେଖି ମଜାନେଵା ସହ ସେଲ୍ଫି ନେଉଥିବା ଦେଖିବାକୁ ମିଳିଛି।
ଆଜି ମଧ୍ୟ ବଡଦିନ ଅବସରରେ ପର୍ଯ୍ୟଟକଙ୍କ ଭିଡ ରାଜନଗର ଵଜାରରୁ ଆରମ୍ଭ ହୋଇ ଡାଙ୍ଗମାଳ ଜାତୀୟ ଉଦ୍ୟାନର ମୁଖଶାଳାରେ ୭୦୧ଜଣ ପର୍ଯ୍ୟଟକ ପ୍ରଵେଶ କରି ୨୦ଟି ବୋଟରେ ଏଵଂ ଖୋଳା ଗେଟରୁ ୮୪୦ଜଣ ପର୍ଯ୍ୟଟକ ବୋଟ ଦ୍ବାରା ୭୫ଟ୍ରିପ୍ ରେ ଵୁଲିଥିବା ବେଳେ ଚାନ୍ଦବାଲି ଘାଟରୁ ୧୧ଟା ଵୋଟରେ ୨୧୨ଜଣ ପର୍ଯ୍ୟଟକ ବୁଲି ମଜାନେବାର ସୁଯୋଗ ପାଇଥିଲେ। ଏହି ପର୍ଯ୍ୟଟକମାନେ ମେଟା ନର୍ସରୀ, ସଂଗ୍ରହାଳୟ, ଗୋରୀ, ମଲ୍ଲୀ କୁମ୍ଭୀର ଦେଖିବା ସହ ସେମାନେ ରହୁଥିବା ପୋଖରୀ ଦେଖିବାକୁ ଭିଡଲାଗିଥିଲା। ବୋଟରେ ବସି ପର୍ଯ୍ୟଟକମାନେ ସବୁଜ ଭରା ନଦୀକୂଳିଆ ଜଙ୍ଗଲର ସୌନ୍ଦର୍ଯ୍ୟର ସାନ୍ନିଧ୍ୟ ଲାଭ କରୁଥିବା ବେଳେ ବିଭିନ୍ନ ରଙ୍ଗ ଵେରଙ୍ଗର ପକ୍ଷୀ, ନଦୀ ପଠାରେ ଶୋଇଥିବା କୁମ୍ଭୀର ପରିବେଶ ଦେଖି ସେଲ୍ଫିର ମଜା ନେଇଛନ୍ତି। ପର୍ଯ୍ୟଟକମାନେ ଭିତରକନିକାର ଅଭୁଲା ସ୍ମୃତିକୁ ସାଉଁଟି ଫେରିଯାଇ ନୂତନ ପର୍ଯ୍ୟଟକଙ୍କୁ ଅନୁଭୂତିର ବାର୍ତା ପ୍ରଚାର କରୁଛନ୍ତି। ପର୍ଯ୍ୟଟକମାନଙ୍କ ଆଗମନ ପାଇଁ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ସୁଦର୍ଶନ ଗୋପିନାଥ ଯାଦବ ଆନନ୍ଦ ଅନୁଭବ କରି ପର୍ଯ୍ୟଟକଙ୍କ ସୁଵିଧା ପାଇଁ ସତର୍କ ରହିଥିବା ଵେଳେ କନିକା ରେଞ୍ଜର ଶ୍ରୀ ମାନସ ରଞ୍ଜନ ଦାସ, ରାଜନଗର ରେଞ୍ଜର ଶ୍ରୀ ଚିତ୍ତରଞ୍ଜନ ବେହୁରା ନିଜ ନିଜ ରେଞ୍ଜ ଅଞ୍ଚଳରେ ରହି ପର୍ଯ୍ୟଟକଙ୍କ ଯାତାୟତ ଓ ସୁରକ୍ଷା ପରଖୁଥିଲେ।
