ରାଜନଗରରେ ଆଶାକର୍ମୀମାନଙ୍କର ଜିଲ୍ଲାସ୍ତରୀୟ ନବମ ସମ୍ମିଳନୀ ଅନୁଷ୍ଠିତ

add-all


ରାଜନଗର,୨୫ା୧୨ : ରାଜନଗର ବ୍ଲକ ସଦର ପଚାଂୟତ ସାନଓରଠାରେ କେନ୍ଦ୍ରାପଡା ଜିଲ୍ଲା ନବମ ଆଶାକର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରଶ୍ମିରଂଜନ ମହାନ୍ତି, ସରଂପଚ ସୁଶ୍ରୀସଙ୍ଗୀତା ମିଶ୍ର, ସମିତି ସଭ୍ୟା ସୁମିତ୍ରା ସେଠୀ ଉଦ୍ଘାଟନ କରିଥିଲେ । ଜିଲ୍ଲା ସଭାପତି ବିକାଶଚନ୍ଦ୍ର ବେହୁରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଏଆଇଟିୟୁସିର ରାଜ୍ୟ ନେତା ରମଣୀରଂଜନ ରାଉତରାୟ, ଜିଲ୍ଲା ସଭାପତି ବାବାଜୀ ଧଳ,ସଂପାଦିକା କାନ୍ତୀପ୍ରଭା ନାୟକ, ସଙ୍ଗଠନ ସଂପାଦିକା ଭଗବତୀ ନାୟକ, ଭଜହରି ପ୍ରଧାନ, ରଂଜୁଲତା ବେହେରା, ରଶ୍ମିରେଖା ପରିଡା, ସମିତ୍ରା ଜେନା, ସରସ୍ୱତୀ ସ୍ୱାଇଁ, ପ୍ରେମଲତା ରାୟ, କଳ୍ପନା ମହାପାତ୍ର, ଅଜୟ ସାମଲ, କବିତା ସାମଲ, ସଂଯୁକ୍ତା ଦାସ, ବସନ୍ତ ବାରିକ, ଅକ୍ଷୟ ମଲ୍ଲିକ, ରୀନାରାଣୀ ଦାସ, ମାନିନୀ ମଲ୍ଲିକ ପ୍ରମୁଖ ଯୋଗଦେଇ ଆଶାକର୍ମୀମାନଙ୍କ ମାସିକ ଭତା ବୃଦ୍ଧି କରିବା, ଶିକ୍ଷାଗତ ଯୋଗ୍ୟତାକୁ ଭିତିକରି ପ୍ରମୋସନ ଦେବା, ମୃତୁ୍ୟକାଳୀନ ସହାୟତା ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ବୃଦ୍ଧି କରିବା, ମାସର ପ୍ରଥମ ସପ୍ତାହରେ ପ୍ରାପ୍ୟ ପ୍ରଦାନ କରିବା, ପ୍ରତି ଗ୍ରାମରେ ଆଶାଗୃହ ନିର୍ମାଣ କରିବା ପ୍ରଭୃତି ଦାବୀ କରାଯାଇଥିଲା । ଏହି ଅବସରରେ ସଙ୍ଗଠନର ଜିଲ୍ଲାସ୍ତରୀୟ କର୍ମକର୍ତା ମନୋନୀତ କରାଯାଇଥିଲା । ସଭାପତି ଭାବେ ବିକାଶଚନ୍ଦ୍ର ବେହୁରା, ଉପସଭାନେତ୍ରୀ କବିତା ରାଉତ, ଭଜହରି ପ୍ରଧାନ, ରୀନାରାଣୀ ଦାସ, ସଂପାଦିକା କାନ୍ତୀପ୍ରଭା ନାୟକ, କୋଷାଧ୍ୟକ୍ଷ ଭାବେ ରମଣୀରଂଜନ ରାଉତରାୟଙ୍କୁ ନେଇ ୪୧ଜଣିଆ କମିଟି ଗଠନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଂପାଦିକା ଦମୟନ୍ତୀ କୁଣ୍ଡ, ମିନତୀ ସାମଲ, ଶାନ୍ତୀଲତା ସାହୁ, ନିରୂପମା ଦାସ, ରୀନାରାଣୀ ନାୟକ, ରଙ୍ଗଲତା ରାଉତ, ରଂଜୁଲତା ରାଉତ, ମିନତୀ ପରିଡା, କଲ୍ୟାଣୀ ମହାନ୍ତି, ବିମଳପ୍ରସାଦ ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.