ଅଚିହ୍ନା ମୃତ ଦେହ ଉଦ୍ଧାର କଲା ଦାରିଙ୍ଗବାଡି ପୋଲିସ

add-all

ଦାରିଙ୍ଗବାଡି, ୨୭/୧୨, କନ୍ଧମାଳ ଜିଲା ଦାରିଙ୍ଗବାଡି ଶିବ ମନ୍ଦିର ଛକ ଠାରେ ଗତ କାଲି ଦାରିଙ୍ଗବାଡି ପୋଲିସ ଜଣେ ଅଚିହ୍ନା ଲୋକର ମୃତ ଦେହ ଉଦ୍ଧାର କରିଛି। ଉକ୍ତ ଲୋକଟି ରାସ୍ତା କଡ଼ରେ ପଡ଼ି ରହିଥିବା ବେଳେ ଦେଖିବାକୁ ଭିଡ ଲାଗିଥିଲା। ଏହା ଖବର ପାଇ ଦାରିଙ୍ଗବାଡି ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଦାରିଙ୍ଗବାଡି ମେଡ଼ିକାଲ କୁ ନେଇଯାଇଥିଲେ । ହେଲେ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ । କେଉଁ କାରଣ ରୁ ମୃତ୍ୟୁ ହୋଇଛି ତାହା ଜଣାପଡି ନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଥାନା ଅଧିକାରୀ ସୂଚନା ଦେଇଥିବା ବେଳେ ମୃତ ବ୍ୟକ୍ତି କୁ ଚିହ୍ନଟ ନିମନ୍ତେ ତଦନ୍ତ ଆରମ୍ଭ କରିଛନ୍ତି ।

ad-week
Leave A Reply

Your email address will not be published.