ଶ୍ରୀମନ୍ଦିରର ପରିକଳ୍ପିତ ପ୍ରକଳ୍ପ କାର୍ଯ୍ୟ ଲୋକାର୍ପିତ ନିମନ୍ତେ ନିମନ୍ତ୍ରଣ…

youtube

ଛତ୍ରପୁର : ଜାନୁୟାରୀ ୧୭ ତାରିଖରେ ଓଡିଶାର ଆରାଧ୍ୟ ଠାକୁର ଶ୍ରୀମନ୍ଦିରର ପରିକଳ୍ପିତ ପ୍ରକଳ୍ପ କାର୍ଯ୍ୟ ଲୋକାର୍ପଣ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ପୁରୀ ଠାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଅଛି । ଏହାର ଭବ୍ୟ ଆୟୋଜନ ସକାଶେ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ଯବସ୍ଥା ଚୂଡାନ୍ତ କରାଯାଇଅଛି । ଦେଶ ବାହାର, ଦେଶ ମଧ୍ଯରେ ଏବଂ ରାଜ୍ଯ ଭିତରର ବିଭିନ୍ନ ପ୍ରମୁଖ ଧର୍ମ ସ୍ଥଳୀର ମୁଖ୍ୟ ମାନଙ୍କୁ ଯୋଗ ଦେବା ନିମନ୍ତେ ଆମନ୍ତ୍ରଣ କରାଯାଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ଚିକିଲି ସ୍ଥିତ ଲୀଳା କ୍ଷେତ୍ର ଚକା ଠାକୁର ଏବଂ କବି ସୂର୍ଯ୍ୟନଗର ଆଠଗଡ ପାଟଣା ଜଗନ୍ନାଥ ମନ୍ଦିରକୁ ପୁରୀ ଜିଲ୍ଲା ସାମାଜିକ ନିରାପତ୍ତା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା ଏବଂ ରବି ନାରାୟଣ ସାମନ୍ତରାୟ, ବିଦ୍ୟାଧର ମହାସୁଆର, ବିଶ୍ବନାଥ ସାମନ୍ତରାୟ, ଶ୍ରୀମନ୍ଦିର ସେବାୟତଗଣ ଚିକିଲି ଚକା ଠାକୁର ଗଙ୍ଗାଧର ଖୁଣ୍ଟିଆ ସଭାପତି, ରାମଚନ୍ଦ୍ର ମହାକୁଡ ଉପ ସଭାପତିଙ୍କୁ ମନ୍ଦିର ତରଫରୁ ନିମନ୍ତ୍ରଣ କରାଯାଇଥିଲା । ସେହିପରି ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶ୍ରୀମନ୍ଦିର ପକ୍ଷରୁ ଦ୍ବିତୀୟ ଦଳରେ ସହକାରୀ ଶ୍ରମ ନିୟୋଜନ ଅଧିକାରୀ, ପୁରୀ ଜିଲ୍ଲା ବିକ୍ରମ କେଶରୀ ପ୍ରଧାନ ଏବଂ ସୋମନାଥ ପ୍ରତିହାରୀ, କଳିଯୁଗ ହରେ କ୍ରିଷ୍ଣା, ନାରାୟଣ ପ୍ରତିହାରୀ ଉପସ୍ଥିତ ରହି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ମନ୍ଦିର ଟ୍ରଷ୍ଟି ବୋର୍ଡର ସଭାପତି ତଥା ଗଞ୍ଜାମ ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡା, ପ୍ରଶାସନିକ ଅଧିକାରୀ ଟି.କେ.ରେଡ୍ଡୀ, ପୂଜକ କମିଟି ସଭାପତି ତପନ ରଣା, ପୂଜକ ବାପୁଜୀ ରଣାଙ୍କୁ ନିମନ୍ତ୍ରଣ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମହା ଆଡମ୍ବର ସହକାରେ ଶଙ୍ଖ, ହୁଳହୁଳୀ, ଯୋଡି ଶଙ୍ଖ, ସଂକୀର୍ତ୍ତନ ଦଳ ଉପସ୍ଥିତ ରହି ଶ୍ରୀମନ୍ଦିର ନିମନ୍ତ୍ରଣ ସକାଶେ ଆସିଥିବା ଦଳଙ୍କୁ ସ୍ବାଗତ କରାଯାଇଥିଲା । ପରେ ପରେ ପୂଜକ ଗୋଷ୍ଠି ପୋଲସରା ମାରଦା ମନ୍ଦିରକୁ ନିମନ୍ତ୍ରଣ ସକାଶେ ଗସ୍ତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଦେବବ୍ରତ ସାହୁ, ଛତ୍ରପୁର ଉପ ଜିଲ୍ଲାପାଳ ଦେବଦତ୍ତ ମାହାନ୍ତ, ଛତ୍ରପୁର ଏନ୍.ଏ.ସି. କାର୍ଯ୍ୟ ନିର୍ବାହୀ ଅଧିକାରୀ ସମ୍ବିତ୍ ସଂଗ୍ରାମ ଜିତ୍ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ରାଧାକୃଷ୍ଣ ରାମ୍ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.