ଅଗ୍ନିବିପନ୍ନ ପରିବାରକୁ ରେଡକ୍ରସ୍ ପାଣ୍ଠିରୁ ସହାୟତା ଯୋଗାଇଲା ପ୍ରଶାସନ…

add-all

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ସାତଭାୟା ଗ୍ରାମ ପଞ୍ଚାୟତର ଥଇଥାନ ହରିଜନ ସାହିର ଗୁଲୁରୀ ମଲିକ ସ୍ୱାମୀ ବୁଦ୍ଧିରାମ ମଲିକଙ୍କ ଘର 22ତାରିଖରେ ଭୟାବହ ଅଗ୍ନିକାଣ୍ଡଘଟି ଘର ସମେତ ସମସ୍ତ ଘରୋଇ ସାମଗ୍ରୀ ଜଳି ପୋଡି ପାଉଁଶ ହୋଇ ଯାଇଥିଲା। ଏହି ଖବର ପାଇ ରାଜନଗର ତହସିଲଦାରଙ୍କ ସହଯୋଗ କ୍ରମେ ଗୁପ୍ତି ରାଜସ୍ବନିରୀକ୍ଷକ ବିଜୟ କୁମାର ଜେନା ଅଗ୍ନି ବିପନ୍ନ ପରିବାର ପରିବାର ପାଖରେ ପହଁଚି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ଜରୁରୀ କାଳୀନ ରେଡକ୍ରସ୍ ପାଣ୍ଠିରୁ କୋଡିଏ ହଜାର ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି।

ad-week
Leave A Reply

Your email address will not be published.