
ଦେବଗଡ,୨୮ା୧୨: ଦେବଗଡ ଜିଲା ଭାଜପା କାର୍ଯ୍ୟାଳୟରେ ଗୁରୁବାର ମୋଦି ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଓ ବିକାଶ କାର୍ଯ୍ୟ ଆଧାରରେ ‘ ଫିର୍ ଆଏଗା ମୋଦି’ ପ୍ରଚାର ଗୀତ , ଭିଡିଓ ଏବଂ ନୂଆଁବର୍ଷ କ୍ୟାକେଣ୍ଡର ଉନ୍ମୋଚିତ ହୋଇଯାଇଛି । ଅନୁରୂପ ଭାବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଆଧାରିତ ‘ଭାଇ ଆମ ଧର୍ମେନ୍ଦ୍ର’ ପ୍ରଚାର ଗୀତ ଓ ଭିଡିଓ ମଧ୍ୟ ଉନ୍ମୋଚିତ ହୋଇଯାଇଛି ।ଉନ୍ମୋଚନ କାର୍ଯ୍ୟକ୍ରମରେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ ଭାଜପା ନେତ୍ରୀ ପିଙ୍କି ପ୍ରଧାନ, ଦେବଗଡ ଜିଲା ଭାଜପା ସଭାପତି ଅରୁଣ କୁମାର ସାହୁ ଓ ଦେବଗଡ ପୌର ପରିଷଦ ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ, ଭାଜପା ଜିଲ୍ଲା ସମ୍ପାଦକ ସଚି କାନ୍ତ ଦାଶ, ପ୍ରମୁଖ ମଞ୍ଚାସୀନ ଥିଲେ । ଏଗୁଡିକୁ ଉନ୍ମୋଚିତ କରିବାସହ ଏହା ଦ୍ୱାରା ଦେବଗଡ ଜିଲାର ଘରେ ଘରେ ମୋଦିଜୀଙ୍କର ସଫଳତାର ବାର୍ତା ପହଂଚି ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏଥିସହ ମୋଦି ସରକାର ଅମଳରେ ହୋଇଥିବା ବିକାଶମୁଖି କାର୍ଯ୍ୟର ହିସାବ ଦେଇ ମୋଦୀ ଗ୍ୟାରେଂଟିରେ ସବୁ ବର୍ଗର ଲୋକେ ସଶକ୍ତ ଏବଂ ଉପକୃତ ହୋଇଥିବା ପ୍ରକାଶ କରିବା ସହ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦେବଗଡ ଜିଲାର ପ୍ରାୟ ୨.୬୩ ଲକ୍ଷ ଲୋକଙ୍କୁ ମାସିକ ୫କିଲୋ ଲେଖାଏଁ ଚାଉଳ ମାଗଣାରେ ଦିଆଯାଉଥିବା ଓ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ଜିଲାର ଆନୁମାନିକ ୩.୨୮ କୋଟି ଟଙ୍କା ବ୍ୟୟରେ ମୋଟ ୨୦,୫୨୯ ପରୁିବାରକୁ ମାଗଣା ଏଲପିଜି ଗ୍ୟାସ ସଂଯୋଗ କରାଯାଇଥିବା ସୂଚନା ଦେଇଥିଲେ । ମୋଦି ସରକାରରେ ଦେବଗଡ ଜିଲାରେସଡକପଥ ଭିତିଭୁମିକୁ ସୁଦୃଢ କରା ଯାଇଥିବା ବେଳେ ଝାରସୁଗୁଡାରୁ ବାରକୋଟ ପର୍ଯ୍ୟନ୍ତ ନୂଆଁ ରେଳ ଲାଇନ ନିର୍ମାଣ ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ରେଳ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଥିବା ପ୍ରକାଶ କରିଥିଲେ । ଗରିବ , ଅସହାୟ, ଚାଷୀ, ମହିଳା, ଯୁବକ ଯୁବତୀ, ବଂଚିତ ତଥା ସମାଜର ଅନ୍ତିମ ଶ୍ରେଣୀର ଲୋକେ ସବୁ କଲୟାନକାରୀ ଯୋଜନାର ଲାଭପାଇ ସ୍ୱାବଲମ୍ବୀ, ସଶକ୍ତ ଓ ଆତ୍ମ ନିର୍ଭର ହୋଇଥିବା ଏହି ଅବସରରେଏ ମଧ୍ୟ ଉଭୟେ ପ୍ରକାଶ କରିବା ସହ ଏହି ସବୁ ବାର୍ତାକୁ ଘରେ ଘରେ ପହଂଚାଇବା ଲକ୍ଷ୍ୟରେ ପ୍ରସ୍ତୁତ ପ୍ରଚାର ଗୀତ ଓ କ୍ୟାଲେଣ୍ଡର ବେଶ ସହାୟକ ହେବ ବୋଲି ପ୍ରକାଶ କରିଥିଲେ । ଏଠାରେସ ସୂଚନା ଯୋଗ୍ୟ ଯେ, ଆଜି ଉନ୍ମୋଚିତ ହୋଇଥିବା ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ କେନ୍ଦ୍ର ସରକାରରେ ଲୋକଙ୍କ ମୌଳିକ ସୁବିଧା ଠାରୁ ଆରମ୍ଭ କରି ସାମାଜିକ କଲ୍ୟାଣ ଉପରେ ସଚିତ୍ର ବର୍ଣ୍ଣନା କରାଯାଇଛି । ଦେବଗଡ ଜିଲାରେ ଗରିବ ପରିବାରକୁ ପକ୍କା ଘର ଯୋଗଇ ଦେବାପାଇଁ ୧୮୨ କୋଟି ଟଙ୍କା ବ୍ୟୟରେ ୧୫,୧୬୭ ପରିବାରକୁ ଘର ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ଏବଂ ଜଳ ଜୀବନ ମିଶନ ଜରିଆରେ ୫୫,୮୪୯ ପରିବାରକୁ ଟ୍ୟାପ ଯୋଗେ ପାନୀୟ ବଜଳ ଯୋଗାଣର ବ୍ୟବସ୍ଥା କରାଯାଇଥିବା ଦର୍ଶାଯାଇଛି ।