ଜିଲ୍ଲାସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟିତ

add-all

ମାଲକାନଗିରି, ୨୯।୧୨ : ମାଲକାନଗିରି ଡିଏନକେ ଖେଳ ପଡିଆ ଠାରେ ଆଜି ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ପୌରରିଷଦ ସମେତ ୭ ଗୋଟି ବ୍ଲକର କ୍ରୀଡ଼ାବିତ୍ତ ମାନେ ଅଂଶଗ୍ରହଣ କରିଥିବା ବେଳେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବାଙ୍କ ଅଧ୍ୟକ୍ଷତାରେ ଏହି କ୍ରୀଡା ପ୍ରତିଯୋଗିତାର ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ଚିତ୍ରକୋଣ୍ଡା ପୂର୍ଣ୍ଣ ଚନ୍ଦ୍ର ବାକା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ପିଏଆଇଟିଡିଏ ଜୟଶ୍ରୀ ପ୍ରିୟଦର୍ଶିନୀ, ଜିଲ୍ଲା କ୍ରୀଡା ଅଧିକାରୀ ମାଧବ ପାଙ୍ଗି ପ୍ରମୁଖ ଯୋଗଦେଇଥିଲେ l ପ୍ରଥମେ ପୁଷ୍ପଗୁଛ ଦେଇ ଅତିଥି ମାନଙ୍କୁ ସ୍ଵାଗତ କରାଯିବା ସହିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ର ଛାତ୍ରୀ ଶପଥ ପାଠ କରିଥିଲେ l ପରେ ପରେ ବିଧାୟକ ବିଧିବଦ୍ଧ ଭାବେ ପ୍ରତିଯୋଗିତାର ଘୋଷଣା କରିଥିଲେ l ଆଦିବାସୀ ନାଚ ଗୀତ ମାଧ୍ୟମରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା l ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା କ୍ରୀଡା ଶିକ୍ଷକ ମାନେ ଆଜିର ଏହି ପ୍ରତିଯୋଗିତାର ପରିଚାଳନା କରିଥିବା ବେଳେ ସୂଚନା ଅନୁଯାୟୀ ଆସନ୍ତା କାଲି ପର୍ଯ୍ୟନ୍ତ ଏହି କ୍ରୀଡା ପ୍ରତିଯୋଗିତା ଚାଲୁ ରହିବ l ରାଜ୍ୟ ସରକାର ଜିଲ୍ଲାର ଜନଜାତି ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଥିବା ପ୍ରତିଭାର ବିକାଶ ନିମନ୍ତେ ଏହି ଉତ୍ତମ ପଦକ୍ଷେପ ନେଇଥିବା ଶ୍ରୀ ବାକା ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.