ହିଞ୍ଜିଳିକାଟୁରେ ରାଜସ୍ୱ ମେଳାରେ ୪୩୧ ହିତାଧିକାରୀ ଗ୍ରାମକଣ୍ଟକ ପଟ୍ଟା ପାଇଲେ…

add-all

ହିଞ୍ଜିଳିକାଟୁ (୨୯/୧୨): ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ହିଞ୍ଜିଳିକାଟୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ହିଞ୍ଜିଳିକାଟୁ ବ୍ଲକ ମୋହନାପଲ୍ଲୀ ଗ୍ରାମରେ ଶୁକ୍ରବାର ରାଜସ୍ୱ ମେଳା ଅନୁଷ୍ଠିତ ହୋଇଯାଇଛି। ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଛତ୍ରପୁର ଦେବବ୍ରତ ମହନ୍ତ, ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ, ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ଜିଲ୍ଲା ବିଜେଡ଼ି ଉପସଭାପତି ଡି. ବିଶ୍ବନାଥ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଏନ.ରଘୁନାଥ,ବିଡ଼ିଓ ସୁବ୍ରତ କୁମାର ଜେନା, ଜିଲ୍ଲା ପରିଷଦ ସଭ୍ୟ ଏ.ସୁଦର୍ଶନ , ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଅଜୟ କୁମାର ମହାରଣା, ଦାରୁଭଦ୍ରା ସରପଞ୍ଚ ବିକାଶ ସେଠି ଉପସ୍ଥିତ ଥିଲେ। ବହୁ ବର୍ଷ ଧରି ଯେଉଁମାନେ ଗ୍ରାମକଣ୍ଠ ଓ ଘରବାରି ପଟ୍ଟା ଖଣ୍ଡିଏ ହାସଲ କରିବା ପାଇଁ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ଏବେ ସମ୍ଭବ ହୋଇ ପାରିଛି ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ଏହି ଅବସରରେ ୪୩୧ଜଣ ହିତାଧିକାରୀଙ୍କୁ ଗ୍ରାମକଣ୍ଠ ଓ ଘରବାରି ପଟ୍ଟା ବଣ୍ଟନ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ସୁରଜ ବେହେରା ନାୟକ, ବହୁ ସରପଞ୍ଚ, ସମିତିସଭ୍ୟା ଓ୍ବାର୍ଡ ସଭ୍ୟ, ରାଜସ୍ୱ ନିରୀକ୍ଷକ, ଅମିନ ଓ ରାଜସ୍ବ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.