ଦୁଇ ଟ୍ରକ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର ଆହତ…

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୯୬ ଗ୍ରାମ ନିକଟରେ ଥିବା ୩୨୬ ଜାତୀୟ ରାଜପଥରେ ଆଜି ଦୁଇଟି ଟ୍ରକ ମୁହା ମୁହିଁ ଧକ୍କା ହୋଇଛି । ଏଥିରେ ଜଣେ ବ୍ୟକ୍ତି ଗୁରୁତ୍ତର ଆହତ ହୋଇଥିବା ବେଳେ ତାଙ୍କୁ ପ୍ରଥମେ କାଲିମେଳା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଏକ ଏମଭି ୭୯ ରୁ ମାଲକାନଗିରି ଅଭୁମୁଖେ ଏକ ଟ୍ରକ ଆସୁଥିବା ବେଳେ ଅପର ପାର୍ଶ୍ଵରୁ ଅନ୍ୟ ଏକ ଟ୍ରକ ଯାଉଥିବା ବେଳେ ଏମଭି ୯୬ ଗ୍ରାମ ନିକଟରେ ଉଭୟ ଟ୍ରକ ମୁହା ମୁହିଁ ଧକ୍କା ହୋଇଥିଲେ । ଏଥିରେ ଗୋଟିଏ ଟ୍ରକ ଚାଳକ ଗୁରୁତ୍ତର ଆହତ ହୋଇଥିବା ବେଳେ ସେ ଟ୍ରକ ମଧ୍ୟରେ ହିଁ ଫଶୀ ରହିଥିଲେ । ଆହତ ବ୍ୟକ୍ତିଙ୍କ ନାମ ଗୁରୁ ପାଙ୍ଗି ହୋଇଥିବା ବେଳେ ତାଙ୍କୁ କାଲିମେଳା ଦମକଳ ବାହିନୀ ଉଧାର କରି ପ୍ରଥମେ କାଲିମେଳା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ତେବେ ସେଠାରେ ତାଙ୍କ ଅବସ୍ତା ଅଧିକ ଗୁରୁତ୍ତର ହେବାରୁ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ad-week
Leave A Reply

Your email address will not be published.