ଡଃ ନୃସିଂହାନନ୍ଦ ମହାପାତ୍ର ପାଇଲେ ସନ୍ଥ ରବି ଦାସ ଜାତୀୟ ସମ୍ମାନ…

add-all

ଫୁଲବାଣୀ : କନ୍ଧମାଳର ବରିଷ୍ଠ କବି, ସାହିତ୍ୟିକ ଓ ଶିକ୍ଷାବିତ୍ ଡଃ ନୃସିଂହାନନ୍ଦ ମହାପାତ୍ର ଜାତୀୟ ସମତା ସାହିତ୍ୟ ଏକାଡେ଼ମୀ ମହାରାଷ୍ଟ୍ରର (ମୁମ୍ବାଇ) ସ୍ଥିତ ଶ୍ରୀଲୋକାର ସ୍ମାରକ ମନ୍ଦିର ହଲ ଠାରେ ଜାତୀୟ ସମ୍ମାନ ସହିତ ମାନପତ୍ର ଉପଢୌକନ ଓ ନଗଦ ପୁରସ୍କାର ୧୦,୦୦୦ଟଙ୍କା ଗ୍ରହଣ କରିଛନ୍ତି। ଏହି ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସାଧୁସନ୍ଥମାନଙ୍କର ସମାଗମ ହୋଇଥିଲା। ଏହି ପୁରସ୍କାର ବିତରଣୀ ଉତ୍ସବରେ ମହାରାଷ୍ଟ୍ର ସରକାରଙ୍କ ମୂଖ୍ୟ ଶାସନ ସଚିବ ଓ ଉର୍ଜା ମନ୍ତ୍ରୀ ଓ ବହୁ ସିନେମା ତାରକା ମାନେ ଉପସ୍ଥିତ ଥିଲେ। ତାଙ୍କର ଏହି ସଫଳତା ପାଇଁ ସମସ୍ତ ଅତିଥି ବୃନ୍ଦ ଶୁଭକାମନା ଜଣାଇଛନ୍ତି। ଏତଦ୍ ବ୍ୟତିତ ଡଃ ମହାପାତ୍ରଙ୍କ ଲିଖିତ ୩୨ ଖଣ୍ଡ ଆଧ୍ୟାତ୍ମିକ ପୁସ୍ତକ ଓଡ଼ିଆ ସାହିତ୍ୟ ବାଣି ଭଣ୍ଡାରକୁ ସମ୍ଭୃନ୍ଧ କରି ଅଛି। ତାଙ୍କର ଏହି କୃତି ଓ କୃତିତ୍ୱ ପାଇଁ ବହୁବାର ଜାତୀୟ ଓ ଆର୍ନ୍ତଜାତୀୟ ଓ ରାଜ୍ୟସ୍ତରୀୟ ବହୁ ଅନୁଷ୍ଠାନ ଦ୍ଵାରା ସମ୍ମାନିତ ହୋଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ କନ୍ଧମାଳର ବୁଦ୍ଧିଜୀବି ମାନେ ଶୁଭେଚ୍ଛା ଓ ଶୁଭ କାମନା ଜ୍ଞାପନ କରିଛନ୍ତିି।

ad-week
Leave A Reply

Your email address will not be published.