ନୂତନ ବର୍ଷ ପାଳନ ଅବସରରେ ଡଙ୍କଲପାଡୁ ବେଳାଭୂମିରେ ହଜାର ହଜାର ପର୍ଯ୍ୟଟକ

add-all

ଚିକିଟୀ : ସ୍ଥାନୀୟ ବ୍ଲକ ଏକ୍ସିଙ୍ଗି ପଞ୍ଚାୟତ ଡଙ୍କଲପାଡୁ ବେଳାଭୂମିରେ ନୂତନ ବର୍ଷ ପାଳନ ଅବସରରେ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ଜମିଥିବାର ଦେଖିବାକୁ ମିଳିଥିଲା।ଏହି ବେଳାଭୂମିକୁ ସ୍ଥାନୀୟ ଅଞ୍ଚଳ ତଥା ପାତ୍ରପୁର, ରଙ୍ଗେଇଲୁଣ୍ଡା ବ୍ଲକ ଓ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ରୁ ମଧ୍ୟ ବହୁ ପର୍ଯ୍ୟଟକ ଆସିଥିଲେ।ବହୁ ପର୍ଯ୍ୟଟକଙ୍କ ସମାଗମକୁ ଦୃଷ୍ଟି ଆଗରେ ରଖି ଡଙ୍କଲପାଡୁ ଗ୍ରାମର ପ୍ରାୟ ଶହେରୁ ଉର୍ଦ୍ଧ୍ବ ସ୍ବେଚ୍ଛାସେବୀ ଗାଡି ପାର୍କୀଙ୍ଗ,ରୋଷେଇ ବ୍ୟବସ୍ତା,ପାନୀୟଜଳ ର ବ୍ୟବସ୍ତା ସାଙ୍ଗକୁ ବେଳାଭୂମିକୁ ସ୍ୱଚ୍ଛତା ରଖିବା ସହ ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ କାର୍ଯ୍ୟରତ ଥିଲେ।ଆନ୍ଦ୍ରପ୍ରଦେଶ ରୁ ଆସିଥିବା ଗ୍ରୁପଡାନ୍ସ ପର୍ଯ୍ୟଟକଙ୍କ ମନ ମୋହିଥିଲା। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ବେଳାଭୂମିକୁ ବୁଲି ଆସୁଥିବା ବହୁ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ପକ୍କା ରାସ୍ତା, ଶୌଚାଳୟ, ରେଷ୍ଟସେଡ, ଆଲକୀକରଣ ଓ ପାନୀୟଜଳ ର ବ୍ୟବସ୍ତା ନିମନ୍ତେ ଅଞ୍ଚଳବାସୀ ସ୍ଥାନୀୟ ପ୍ରଶାସନକୁ ଅନୁରୋଧ କରିଛନ୍ତି। ଉକ୍ତ ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷିତ ପାଇଁ ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ବି. ରେଣୁକାମା, ପୃବତନ ସରପଞ୍ଚ ସୁଧାକର ରେଡ୍ଡୀ,ପୃବତନ ସମିତି ସଭ୍ୟ ତୁଳସାୟା ରେଡ୍ଡୀ,ବି. ରାମମୂର୍ତ୍ତି ରେଡ୍ଡୀ,ୟୁ. ମଦନମୋହନ ରେଡ୍ଡୀ, ୟୁ ଅଶୋକ ଓ ଗ୍ରାମର ବହୁ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.