ଚୁଡ଼ି ବିକିବା ନାମ ରେ ସୁନା ମାଳି ଲୁଟ୍ ଉଦ୍ୟମ : ଛତିଶଗଡ଼ର ୪ମହିଳା ଗିରଫ…

ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଗିରିଡିପଲ୍ଲୀ ପଞ୍ଚାୟତ ଝାଡ଼ସାହି ଗ୍ରାମରେ ଚୁଡ଼ି ବିକିବା ନାମରେ ସୁନା ମାଳି ଲୁଟ୍ ଘଟଣା କୁ ନେଇ ଓଡ଼ଗାଁ ପୁଲିସ୍ ୪ଜଣ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ମହିଳା ମାନେ ହେଲେ ସରିତା ଗିରି, ସଂଜୁଗିରି, ପୂଜା ଗିରି, ମଞ୍ଜୁ ବାଇ । ସମସ୍ତ ମହିଳା ଛତିଶଗଡ଼ ଦେବତ୍ରିକା ଗାଁର ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ଏଠାରେ ସୂଚନା ଥାଉକି ସେମାନେ ଚୁଡ଼ି ବ୍ୟବସାୟ କରିବା ସହିତ ମାଳି ଗୁନ୍ଥାଇବା ପାଇଁ ଝଡାସହିଗାଁର ସୁକାନ୍ତି ପ୍ରଧାନ ଓ ଅନ୍ୟ କେତେକ ମହିଳାଙ୍କୁ ପ୍ରବର୍ତ୍ତାଉଥିଲେ । ସେମାନେ ଚତୁରତାର ସହିତ ଏକ ସୁନାମାଳି ଲୁଚାଇ ଏକ ନକଲି ମାଳି ଦେଇଥିଲେ । କିନ୍ତୁ ଝାଡସାହି ର ମହିଳା ମାନେ ଏହା ଜାଣି ପାରି ଖୋଜା ଖୋଜି ପରେ ସୁନାମାଳି ପାଇବା ପରେ ସମ୍ପୁକ୍ତ ମହିଳା ଙ୍କୁ ପୋଲିସ କୁ ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ମହିଳା ମାନଙ୍କୁ ଗିରଫ କରିଥିଲା

ad-week
Leave A Reply

Your email address will not be published.