କେନ୍ଦ୍ରମନ୍ତ୍ରୀ ଶ୍ରୀ ରୁପାଲଙ୍କୁ ଗଞ୍ଜାମ ଜିଲ୍ଲା ପକ୍ଷରୁ ଭବ୍ୟସ୍ଵାଗତ ସମ୍ବର୍ଦ୍ଧନା

add-all

ଭାରତ ସରକାରଙ୍କର କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ବିକାଶ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଆଜି ସକାଳେ ସାଗର ପରିକ୍ରମାରେ ବିଶାଖାପାଟଣା ଠାରୁ ଆସି ଗଞ୍ଜାମ ଜିଲ୍ଲାର ଗୋପାଳପୁର ପୋର୍ଟ ଠାରେ ପହଞ୍ଚିବା ପରେ ସେଠାରୁ ଆର୍ଯିପଲ୍ଲୀ ଗ୍ରାମକୁ ଯାଇ ମତ୍ସ୍ୟଜୀବି ମାନଙ୍କ ସହ ଏକ ଜନ ସମ୍ବାଦ କାର୍ଯ୍ୟକ୍ରମରେ (Interaction Programme) ଯୋଗ ଦେଇଥିଲେ । କେନ୍ଦ୍ର ମନ୍ତ୍ରୀ ଶ୍ରୀ ରୁପାଲଙ୍କୁ ଗଞ୍ଜାମ ଜିଲ୍ଲା ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା । ତାଙ୍କୁ ସ୍ୱାଗତ କରିବା ପାଇଁ ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀ ଲୋକସଭା କ୍ଷେତ୍ର ସାଂସଦ ପ୍ରାର୍ଥୀ ସମ୍ୱିତ ପାତ୍ର,ଗଞ୍ଜାମ ଜିଲ୍ଲା ସଭାପତି ଡ଼ା.ସୁବାସ ସାହୁ,ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କର,ସରୋଜ ସାବତ,ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପରେ କେନ୍ଦ୍ର ମନ୍ତ୍ରୀ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ ସଂଧ୍ୟାରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ପୁ୍ରୀ ଠାରେ ରାତ୍ରୀ ଯାପନ କରିଛନ୍ତି । ଆପଣଙ୍କ – ସୁନିଲ କୁମାର ସାହୁ, ଜିଲ୍ଲା ଉପସଭାପତି, ବିଜେପି , ଗଞ୍ଜାମ ।

ad-week
Leave A Reply

Your email address will not be published.