କରୁଣ ଦୃଶ୍ୟ : ଡଷ୍ଟବିନ୍‌ରୁ ଅଇଁଠା ଗୋଟାଇ ଖାଉଛନ୍ତି ମାନସିକ ବିକାରଗ୍ରସ୍ତ ବୃଦ୍ଧ

add-all

ହିଞ୍ଜିଳିକାଟୁ ୮।୧ : ଗାଈ, ଗୋରୁ, ଷଣ୍ଢ ଅଳିଆଗଦା ଆଉ ଡଷ୍ଟବିନରୁ ଖାଦ୍ୟ ଖାଇବାର ଦୃଶ୍ୟ ଦେଖିଥିବେ। ବହୁ ଜଗାରେ ଖାଦ୍ୟ ନପାଇ ମାନସିକ ବିକାରଗ୍ରସ୍ତ ଲୋକ ମଧ୍ୟ ଡଷ୍ଟବିନରୁ ଖାଦ୍ୟ ଖାଇବାର ନଜିର ଦେଖିଥିବେ। ହେଲେ ଏଠି ଭୋକ ବିକଳରେ ଜଣେ ମାନସିକ ବିକାରଗ୍ରସ୍ଥ ବୃଦ୍ଧ ଡଷ୍ଟବିନରୁ ଖାଦ୍ୟ ଖାଇବାର ଦୃଶ୍ୟ ଦେଖିବାକୁ ମିଳିଛି । ଏଭଳି ଦୃଶ୍ୟ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ନିକଟରେ ଥିବା ହୋଟେଲ କଡ ଅଳିଆଗଦା ଉପରେ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ଅଳିଆ ଆବର୍ଜ୍ଜନା ଗଦାରୁ ଅଇଁଠା ଫୋପଡା ଖାଦ୍ୟ ଖାଉଛନ୍ତି। ଯେଉଁ ପଲିଥିନରେ ଖାଦ୍ୟ ନାହିଁ ସେ ଗୁଡିକୁ ଚାଟି ଚାଟି ଖାଉଛନ୍ତି।ସରକାରୀ ଯୋଜନା ମାଳମାଳ ଥିବା ଵେଳେ ହିଞିଳିକାଟୁ ରେ ଭୋକର ଏକ ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରୟୋଗ ଶାଳାରେ ଜଣେ ବ୍ୟକ୍ତି ଅଈଁଠା ଖାଦ୍ୟକୁ ଚାଟି ଖାଇବା ଯୋଜନା ର ଉପହାସ ଵୋଲି ମତ ପାଇଛି ।ସୁଚନା ଥାଉକି,ଵୃଦ୍ଧା ଜଣକ ସଠିକ ପରିଚୟ ଜଣାପଡିନଥିବା ଵେଳେ ବୃଦ୍ଧ ଜଣକ ଅଳିଆ ଗଦା ଭିତରୁ ନିଜ ଭୋକ ପାଇଁ ଅଇଂଠା ପତ୍ର ଭିତରୁ ଖାଦ୍ୟ ଅନ୍ୱେଷଣ କରିବାକୁ ପଡୁଛି।ଏ ଦୃଶ୍ୟ ଵୟାନ କରୁଛି ଯେ ସହରରେ ବୁଲୁଥିବା ଏହି ବ୍ୟକ୍ତି ମାନେ ହୁଏତ ନଜର ଆଢ଼ୁଆଳରେ ରହି ପାରନ୍ତି କିନ୍ତୁ ପ୍ରତିଟି ଦୟାରେ ଏମାନଙ୍କ ପେଟ ପୋଷୁଥିବା ଜଣାପଡେ ।ଵ୍ୟକ୍ତି ଜଣକ ଅଇଁଠା ଚାଟି ଚାଟି ଖାଇବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମାନସିକ ବିକାରଗ୍ରସ୍ଥ ଲୋକଙ୍କ ଥ ଈଥାନର ସୁବିଧା ଯୋଗାଇ ଦେବାକୁ ସାଧାରଣ ରେ ଦାବି ହେଉଛି।

ad-week
Leave A Reply

Your email address will not be published.