ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି, ୬୪ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ

add-all

ଦାରିଙ୍ଗବାଡି : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସଭାଗୃହ ଠାରେ କନ୍ଧମାଳ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଯୋଗ ଦେଇ ୬୪ ଟି ଅଭିଯୋଗର ଶୁଣାଣି କରିଥିବା ବେଳେ ସାମୁହିକ ୩୭ ଓ ବ୍ୟକ୍ତିଗତ ୨୭ ଗୋଟି ରହିଛି । ସାମୁହିକ ଅଭିଯୋଗ ମଧ୍ୟରେ ପାନୀୟ ଜଳ ସମସ୍ୟା, ନେଟୱର୍କ ସ୍ଥାପନ, ରାସ୍ତା ନିର୍ମାଣ, ଶିକର ମାହା ମେଡ଼ିକାଲରେ ଡାକ୍ତର ନିଯୁକ୍ତି, କାଟିଙ୍ଗିଆ ଠାରୁ ଫୁଲବାଣୀ କୁ ବନ୍ଦ ଥିବା ସରକାର ବସ ଚାଲୁ କରିବା, କାଟିଙ୍ଗିଆରେ ବନ୍ଦ ଥିବା ଫାଣ୍ଡି ଖୋଲିବା,ସିର୍କାବର୍ଗ ପଞ୍ଚାୟତ ଅନ୍ତର୍ଗତ ବଲମ୍ ଗ୍ରାମକୁ ବିଦ୍ୟୁତ୍ ଯୋଗାଣ, ରାସ୍ତା ନିର୍ମାଣ ଓ ଜଳ ଯୋଗାଣ ବ୍ୟବସ୍ଥା ଭଳି ଅନେକ ସମସ୍ୟାର ସମାଧାନ ଉପରେ ଅଭିଯୋଗ ହୋଇଥିଲା । ସେହିପରି ବ୍ୟକ୍ତିଗତ ଭାବେ ୧୬ ଆର ଘରବାରୀ ପ୍ରଦାନ, ବାର୍ଦ୍ଧକ୍ୟ ଓ ବିଧବା ଭତା ପ୍ରଦାନ, ଆବାସ ଯୋଜନାରେ ଗୃହ ପ୍ରଦାନ, ରାସନ୍ କାର୍ଡ ପ୍ରଦାନ ଭଳି ସମସ୍ୟା ଉପରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଶୁଣାଣୀରେ ଏସପି ଶୁବେନ୍ଦୁ ପାତ୍ର, ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ବିଡ଼ିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.