
ସେମିରେ ଦେବଗଡ ପ୍ରଧାନପାଟ କ୍ଲବ
ଦେବଗଡ଼, ୮|୧, ଦେବଗଡ ଇନ୍ଦିରାଗାନ୍ଧୀ ଷ୍ଟାଡିୟମରେ ପ୍ରଧାନପାଟ କ୍ଲବ ପକ୍ଷରୁ ପଂଚମ ସର୍ବ ଭାରତୀୟ ପ୍ରଧାନପାଟ କପ ଫୁଟବଲ ଟୁର୍ଣ୍ଣାମେଂଟ ସୋମବାର ଅପରାହ୍ନରେ ଉଦଘାଟିତ ହୋଇଯାଇଛି । ରାଜ୍ୟ ତଥା ରାଜ୍ୟ ବାହାରର ୮ଟି ଦଳକୁ ନେଇ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଂଟର ଉଦଘାଟନୀ ମ୍ୟାଚରେ ଦେବଗଡ ପ୍ରଧାନପାଟ କ୍ଲବ ୨-୧ ଗୋଲରେ ଅନୁଗୋଳ ଜିଲ୍ଲା ନାଲକୋ ଦଳକୁ ପରାସ୍ତ କରି ପ୍ରଥମ ସେମି ଫାଇନାଲକୁ ପ୍ରବେଶ କରିଛି । ଆଜିର ଖେଳକୁ ସୁବ୍ରତ କୁମାର ପୁରୋହୀତ, ରାଜକୁମାର ମଣ୍ଡଳ, ଅନୀଲ କିସାନ, ନୀଳ ନାୟକ, ସୌରଭ କୁମାର ନାଏକ ପରିଚାଳନା କରିଥିଲେ । ଉଦଘାଟନୀ ମ୍ୟାଚରେ ଦେବଗଡ ପ୍ରଧାନପାଟ କ୍ଲବର ଆନନ୍ଦ ନାଏକଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଧାନ କରାଯାଇଥିଲା । ଆୟୋଜକ ଅନୁଷ୍ଠାନର ସଭାପତି ସୁବାସ ଚନ୍ଦ୍ର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ଭାବେ ରାଜ୍ୟ ସରପଂଚ ସଙ୍ଘର ପରାମର୍ଶଦାତା ସତ୍ୟନାରାୟଣ ପାଣି ଯୋଗଦେଇ ଫିତାକାଟି ଟୁର୍ଣ୍ଣାମେଂଟର ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଗୀତାଞ୍ଜଳୀ ପାଣି, ଆଇନଜୀବୀ ତନୁଚନ୍ଦ୍ର ପାତ୍ର, ଅମିର ସାହୁ, ସମୀର ସାହୁ, ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଧିରେନ୍ଦ୍ର ନାୟକ, ବିଜେଡି ନଗର ସଭାପତି ଶୁକଦେବ ଭଞ୍ଜ ପ୍ରମୁଖ ମଂଚାସୀନ ରହିଥିଲେ । ଟୁର୍ଣ୍ଣାମେଂଟ ପରିଚାଳନାରେ ବିକାଶ ପ୍ରଧାନ, ସଂଜିବ ବେହେରା, ଶରତ ମେହେର, ଅନ୍ତ ମେହେର, ରୂପକ ମାଝୀ, ଯୋଗେଶ୍ୱର ସାହୁ, ଯୋଗେଶ ନାଏକ, ଜୟନାରାୟଣ ସାମଲ, ଦିପକ ବେହେରା, ପ୍ରଦିପ ବେହେରା, ବାବୁଲୁ ଜେନା, ମଛିନ୍ଦ୍ର ନାଏକ, ସନ୍ତୋଷ ଭୋଇ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।