ନାବାଳିକା ଗର୍ଭବତୀ ଥାନାରେ ଏତଲା…

add-all

ପାତ୍ରପୁର, ୮/୧ : ପାତ୍ରପୁର ଅଞ୍ଚଳରେ ଜଣେ ନାବାଳିକା ଗର୍ଭବତୀ ହୋଇଥିବା ନେଇ ଜରଡ଼ା ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ନାବାଳିକା ଗର୍ଭବତୀ ହୋଇଥିବା ଜଣା ପଡ଼ିବା ପରେ ପରିବାର ପକ୍ଷରୁ ଅଭିଯୋଗ ହୋଇ ଥିବା ଜଣା ପଡିଛି। ଜରଡ଼ା ପୋଲିସ ଅଭିଯୋଗ କୁ ଭିତି କରି ଏକ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ଏହି ଘଟଣା ଜଣାପଡିବା ପରେ ପରିବାର ବର୍ଗ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଏନେଇ ଜରଡ଼ା ଥାନା ଅଧିକାରୀ ଟୁନା ସାସମଲ ପଚାରିବାରୁ ଅଭିଯୋଗ ହୋଇଥିବା ପ୍ରକାଶ କରିଥିବା ବେଳେ ତଦନ୍ତ ପରେ ଏହି ଘଟଣାରେ ସଂପୃକ୍ତ କିଏ ରହିଛି ଜଣାପଡିବ ବୋଲି କହିଛନ୍ତି ।

ad-week
Leave A Reply

Your email address will not be published.