ସଡକ ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର ଆହତ !

add-all

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବୋଗା ଥାନା ଅଧୀନରେ ଥିବା ଜମନକିରା ରାସ୍ତା ମୁହାଣିରେ ଗୋଟିଏ ବାଇକ ନିଜର ଭରସାମ୍ୟ ହରାଇ ଥିବାରୁ ସଡକ ଦୁର୍ଘଟଣା ଘଟିଥିଲା !ଏହି ଦୁର୍ଘଟଣାରେ ବାଇକ ଚାଳକ ସରୋଜ ତିର୍କୀ ୩୦ ବର୍ଷ ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ ! ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସକୁ ଡ଼ାକି ବୀରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇ ଥବା ଜଣା ପଡ଼ିଛି ! ସରୋଜଙ୍କ ଓବସ୍ଥା ଅଧିକ ଗୁରୁତର ହେଇଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ରାଉଲକେଲା ସରକାରୀ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ପଠାଇଥିବା ଜଣାପଡିଛି ! ସରୋଜ ତିର୍କୀ ନିଜର ଘର କଦୋବାହାଲ ପଞ୍ଚାୟତର ଆମ୍ବାଦାଣ୍ଡକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା ଯାହାର ବାଇକ ନମ୍ବର OR 14V 8359 ବାଲି ଜଣା ପଡିଛି ! କୌଣସି ସୂତ୍ରରୁ ଖବର ପାଇ ରାଏବୋଗା ପୋଲିସ ଏ ଏସ ଆଇ ଶଶିଭୂଷଣ ମାହତ ଘଟଣା ସ୍ଥଳରେ ପହଞ୍ଚି ବାଇକକୁ ଥାନାରେ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ପଡିଛି !

ad-week
Leave A Reply

Your email address will not be published.