ନୂଆ ଓଡ଼ିଶା ନବୀନ ଓଡ଼ିଶା ଓ ସମନ୍ୱିତ ଯୁବବିକାଶ ଯୋଜନାର ଉଦଯାପନୀ ଉତ୍ସବ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆ ଓଡ଼ିଶା ନବୀନ ଓଡ଼ିଶା ଓ ସମନ୍ୱିତ ଯୁବ ବିକାଶ ଯୋଜନାର ଉଦଯାପନୀ ଉତ୍ସବ ପାଳନ ହେଇଯାଉଛି। ଇତ୍ୟବସରରେ ମାନ୍ୟବର ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସରକାରଙ୍କ ଯୁବ ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ଉଦବୋଧନ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଲାଲନନ୍ଦ ପ୍ରଧାନ, ଶ୍ରୀମତୀ ଜୟଶ୍ରୀ କହଁର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମୂଲ୍ୟବାନ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ପଞ୍ଚାୟତ ସ୍ନାତକ ମହାବିଦ୍ୟାଳୟ, ଅଧ୍ୟକ୍ଷ ନବଘନ ସାହୁ ଭାଷଣ ମାଧ୍ୟମରେ ପିଲାଙ୍କୁ ଉତ୍ସାହିତ କରିଥିଲେ। ଅଧ୍ୟକ୍ଷ ଡଃ. ଚିତ୍ତରଞ୍ଜନ ମିଶ୍ର ଏଥିରେ ପୌରହିତ୍ୟ କରିଥିବାବେଳେ, ଶିକ୍ଷା ବିଭାଗର ଅଧ୍ୟାପକ ଡମ୍ବରୁଧର ସାହୁ ମଞ୍ଚ ପରିଚାଳନା କରିଥିଲେ। ସମସ୍ତ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ। ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଓ ଶେଷରେ ଓଡ଼ିଆ ବିଭାଗର ବରିଷ୍ଠ ଅଧ୍ୟାପକ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.