ଫୁଲବାଣୀ ପ୍ରେସକ୍ଳବର ଦ୍ବିବାର୍ଷିକ ନିର୍ବାଚନ : ସୁନୀଲ ପଟ୍ଟନାୟକ ପୁନର୍ବାର ସଭାପତି, ବିରେନ୍ଦ୍ର ସମ୍ପାଦକ

add-all

ଫୁଲବାଣୀ ୧୦।୧ : ଜିଲ୍ଲା ପ୍ରେସକ୍ଲବ ଫୁଲବାଣୀର ଦ୍ବିବାର୍ଷିକ ସମ୍ମିଳନୀ ଓ ନୁତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବେ ପୁନଃର୍ବାର ସୂନୀଲ ପଟ୍ଟନାୟକ ଓ କାର୍ଯ୍ଯକାରୀ ସଭାପତି ଭାବେ ମଧ୍ଯ ପୁନଃର୍ବାର ଅଶୋକ ପରିଡା ନିର୍ବାଚିତ ହୋଇଛନ୍ତି। ସେହିପରି ଉପସଭାପତି ଭାବେ ସୂର୍ଯ୍ୟନାରାୟଣ ବେହେରା ଓ ବିମଳ ନାୟକ ମନୋନୀତ ହୋଇଥିବା ବେଳେ,ସାଧାରଣ ସମ୍ପାଦକ ଭାବେ ବିରେନ୍ଦ୍ର ସୁବୁଦ୍ଧି ଅପ୍ରତିଦ୍ୱନ୍ଦୀ ଭାବରେ ନିର୍ବାଚିତ ହୋଇଛନ୍ତି। ସେହିପରି ସହସମ୍ପାଦକ ଭାବେ ଜୟସେନ୍ ପରିଡା ନିର୍ବାଚିତ ହୋଇଛନ୍ତି। ଆଜି ଫୁଲବାଣୀ ପ୍ରେସକ୍ଳବର ସଭାଗୃହରେ ଅନୁଷ୍ଠିତ ଏହି କର୍ମକର୍ତ୍ତା ନିର୍ବାଚନରେ ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ସାମ୍ବାଦିକ ବିଜୟ ମହାନ୍ତି ନିର୍ବାଚନ ପରିଚାଳନା କରିଥିବା ବେଳେ ତାଙ୍କ ସହଯୋଗୀ ଭାବେ ସନ୍ତୋଷ କୁମାର ଦିଗାଲ ସହାୟତା କରିଥିଲେ। ଗତ ୩ ତାରିଖରେ ପ୍ରେସକ୍ଳବର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସଭାପତି ସୂନୀଲ ପଟ୍ଟନାୟକ ସଭାପତିତ୍ୱ କରିଥିଲେ। କାର୍ଯ୍ୟକ୍ରମରେ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଗତ ଦୁଇ ବର୍ଷ ମଧ୍ୟରେ ପ୍ରେସକ୍ଳବରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ଆୟବ୍ଯୟର ହିସାବ ପ୍ରଦାନ କରିଥିଲେ। ପରେ ନୁତନ କର୍ମକର୍ତ୍ତା ନିର୍ବାଚନ ପାଇଁ ୧୦ ତାରିଖ ଅର୍ଥାତ୍ ଆଜି ଦିନକୁ ଧାର୍ଯ୍ଯ ହେବା ସମେତ ନିର୍ବାଚନ ପରିଚାଳନା କରିବା ପାଇଁ ଉପୋରୋକ୍ତ ଦୁଇଜଣ ବରିଷ୍ଠ ସାମ୍ବାଦିକଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା । ଆଜି ଅନୁଷ୍ଠିତ ନିର୍ବାଚନ ରେ ସଭାପତି ପଦ ପାଇଁ ପ୍ରଥମ ଥର ଭୋଟ ଗ୍ରହଣ ହୋଇଥିଲା। ଏଥିରେ ସୂନୀଲ ପଟ୍ଟନାୟକ ଦ୍ବିତୀୟ ଥର ପାଇଁ ପ୍ରତିଦ୍ୱନ୍ଦିତା କରିଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦୀ ଭାବରେ ଅଜିତ କୁମାର ମହାରଣା,ସୂଜିତ କୁମାର ବେହେରା,ସୂନୀଲ ବିଶ୍ଵାଳ ଓ ବ୍ରଜବିହାରୀ ନନ୍ଦଙ୍କ ପାଇଁ ପ୍ରସ୍ଥାବ ଆଗତ କରାଯାଇଥିଲା। ପରେ ସୂଜିତ ବେହେରା ଓ ସୂନୀଲ ବିଶ୍ଵାଳ ତାଙ୍କର ପ୍ରାର୍ଥିତ୍ୱକୁ ପ୍ରତ୍ଯାହାର କରିଥିଲେ। ଅବଶିଷ୍ଠ ତିନି ଜଣଙ୍କ ମଧ୍ଯରେ ନିର୍ବାଚନ ହୋଇଥିଲା। ଏଥିରେ ସୂନୀଲ ପଟ୍ଟନାୟକ ୨୨ ଖଣ୍ଡ ଭୋଟ ପାଇ ଦ୍ବିତୀୟ ଥର ପାଇଁ ସଭାପତି ହୋଇଥିବାବେଳେ, ଅଜିତ ମହାରଣା ୧୨ ଟି ଓ ବ୍ରଜବିହାରୀ ନନ୍ଦ ଗୋଟିଏ ଭୋଟ ପାଇ ଥିଲେ। ଶେଷରେ ସଭାପତି ସମସ୍ତଙ୍କୁ ଧନ୍ଯବାଦ ଦେଇ ଆଗାମୀ ଦୁଇବର୍ଷ ପାଇଁ ପ୍ରେସକ୍ଳବର ଉନ୍ନତି ଓ ସାମ୍ବାଦିକ ମାନଙ୍କ ପାଇଁ କାର୍ଯ୍ୟ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ad-week
Leave A Reply

Your email address will not be published.