ବନ ବିଭାଗର ଅତର୍କିତ ଚଢ଼ାଉ: ୮୦ ଖଣ୍ଡ ଶାଳ ପଟା ଓ ମେସିନ ଜବତ…

ଓଡ଼ଗାଁ : ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ରୋହିବାଙ୍କ କୁମୁଟି ସାହିରେ ବନ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରି ୮୦ଖଣ୍ଡ ଶାଳ ପଟା ସହିତ କାଠ ସାମଗ୍ରୀ କାଟିବା ପାଇଁ ୧ଟି ରନ୍ଦା ମେସିନ , ଡ୍ରିଲ ମେସିନ କୁ ଜବତ କରିଛି । ସୂଚନା ଅନୁଯାୟୀ ଆଜି ଅପରାହ୍ନ ରେ ରୋହିବାଙ୍କ କୁମୁଟୀ ସାହିରେ ବେଆଇନ ଭାବରେ କାଠ ସାମଗ୍ରୀ ପ୍ରସ୍ତୁତ କରାଯାଉଥିବାର ଖବର ପାଇ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ନିଖିଲେଶ ମଲ୍ଲିକଙ୍କ ନେତୃତ୍ୱ ରେ ବାନପାଳ ସରିତା ବରାଳ, ଏନଫୋର୍ସ ଟିମ୍ ମିଳିତ ଭାବରେ ଚଢ଼ାଉ କରିଥିଲେ । ବନବିଭାଗ ର ଚଢ଼ାଉ ର ସୂଚନା ପୂର୍ବରୁ ଜାଣି ପାରି ଦୁର୍ବୃତ୍ତ ଘଟଣା ସ୍ଥଳ ରୁ ଚଂପଟ ମାରିଥିଲା । ଘଟଣାସ୍ଥଳରୁ ବନବିଭାଗ ଜବତ କରିଥିବା କାଠ ର ମୂଲ୍ୟ ୪୦ ହଜାରରୁ ଉର୍ଦ୍ଧ୍ବ ହେବ ବୋଲି ଜଣା ପଡିଛି।

ad-week
Leave A Reply

Your email address will not be published.