ସରକାରଙ୍କ ଅଣ୍ଡା ଯୋଗାଣ ଯୋଜନା ଏକ ପ୍ରହସନ…

add-all

ଶିଶୁ, କିଶୋରୀ ଓ ମହିଳାମାନଙ୍କୁ ଅଣ୍ଡା ବଦଳରେ ଟଙ୍କା ଦିଆଯାଉଛି…..!
ବ୍ରହ୍ମପୁର : ରାଜ୍ୟ ସରକାର ବିଭିନ୍ନ ଉନ୍ନୟନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ନିର୍ବାଚନ କୁ ଆଖି ଆଗରେ ରଖି ବହୁ ପ୍ୟାକେଜ ଘୋଷଣା କରିବା ସହ ମଠ ମନ୍ଦିର କୁ କୋଟି କୋଟି ଟଙ୍କା ଦେଉଛନ୍ତି। ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପିଲାଙ୍କୁ ପୃଷ୍ଟିକର ଖାଦ୍ୟ ପାଇଁ ଓ ସରକାରୀ ବିଦ୍ୟାଳୟ ରେ ଅଧିକ ସଂଖ୍ୟାରେ ଉପସ୍ଥାପନା ବଢାଇବା ପାଇଁ ଅଣ୍ଡା ଯୋଜନା ପ୍ରଣୟନ କରିଛନ୍ତି। ତାହା ସାଙ୍ଗକୁ ଅଙ୍ଗନବାଡି କୁ ଆସୁଥୁବା ଶିଶୁ ମାନଙ୍କୁ ପ୍ରତି ମାସରେ ୧୨ ଟି ଅଣ୍ଡା ଓ କିଶୋରୀ,ପ୍ରସୂତି, ଗର୍ଭବତୀ ମହିଳା ଙ୍କୁ ମଧ୍ୟ ଅଣ୍ଡା ଦେବାର ବ୍ୟବସ୍ଥା ରହିଛି। ସରକାର କେତେ ଟଙ୍କା ଦେଉଛନ୍ତି। ବଜାର ରେ ଅଣ୍ଡାର ଦାମ କେତେ ଅଛି। କେବେ ସମୀକ୍ଷା କରାଯାଇଛି କି ? ଯଦି ନାହିଁ ତାହା ହେଲେ ପିଲା ଓ ମହିଳା ମାନଙ୍କୁ ଅଣ୍ଡା କେତେ ଓ କିପରି ଦିଆଯାଉଥିବ ତାହା ନିଜେ ଦାୟିତ୍ୱବାନ ବାବୁ ମାନେ ଅଚାନକ ଆସି ଦେଖିଲେ ସରକାର ଙ୍କ ଯୋଜନା ର ଅସଲ ରୂପ ଜଣାପଡିବ ବୋଲି ଚର୍ଚ୍ଚା ହେଉଛି।ସରକାର ଅଣ୍ଡା ପ୍ରତି ୫ ଟଙ୍କା ଦେଉଥିବା ଯୋଗୁଁ ବଜାର ରେ ଅଣ୍ଡା ୬ ଟଙ୍କାରୁ ଉର୍ଦ୍ଧ ଥିବା ଫଳରେ ଅଣ୍ଡା ବଦଳ ରେ ଟଙ୍କା ଦେଉଥିବା ଅଭିଯୋଗ ହେଉଛି। ଚୌକି କୁ ସୁରକ୍ଷିତ ରଖିବା ପାଇଁ ଅଣ୍ଡା ପାଇଁ ସରକାର ଦେଉଥିବା ୫ ଟଙ୍କା ବଣ୍ଟନ କରୁଥିବା ବେଳେ କେତେକ ସ୍ଥାନରେ ଟଙ୍କା ଦେବା ବେଳେ କିଛି ଅର୍ଥ ବାଟମାରଣା ମଧ୍ୟ ହେଉଥିବା ଅଭିଯୋଗ ହେଉଛି। ସରକାର ଙ୍କ ଏହି ଯୋଜନା ଭୁଲ ସାବ୍ୟସ୍ତ ହେବା ଫଳରେ ଅଣ୍ଡା ନ ଦେଇ ଟଙ୍କା ଦେବା ଯୋଗୁଁ ଶିଶୁ ଓ ପ୍ରସୂତି ଏବଂ ଗର୍ଭବତୀ ମହିଳା ଙ୍କ ମଧ୍ୟର ରକ୍ତ ହୀନତା ର ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଅଧିକାଂଶ ପରିବାର ଟଙ୍କା ମିଳିବା ପରେ ଅଣ୍ଡା ଆଉ କ୍ରୟ କରୁନଥିବା ଜଣାପଡିଛି। ଅଣ୍ଡା ନାଁ ରେ ଅର୍ଥ ହରିଲୁଟ ର ବାଟ ନିଜେ ସରକାର କରିଛନ୍ତି, ବୋଲି ଚର୍ଚ୍ଚା ହେଉଛି। ଟଙ୍କା ଲୋଭରେ ଆଉ କେତେକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କ ସଂଖ୍ୟା ଅଧିକ ଦେଖାଇବାକୁ ବାଧ୍ୟ ହେଉଛନ୍ତି।ସରକାର ଯେଉଁ ଦିନ ଠାରୁ ଅଣ୍ଡା ପ୍ରଦାନ ଯୋଜନା ପ୍ରଣୟନ କରିଛନ୍ତି। ଆଜି ସୁଦ୍ଧା କେବେ ବି ଅଣ୍ଡା ପ୍ରଦାନ କିପରି ବଣ୍ଟନ କରାଯାଉଛି, ତାହା ସମୀକ୍ଷା ନ ହେବା ଯୋଗୁଁ ଆଜି ରକ୍ତ ହୀନତା ଙ୍କ ସଂଖ୍ୟା ବଢୁଛି ବୋଲି ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.