ଇଭିଏମ ପ୍ରଦର୍ଶନ କେନ୍ଦ୍ର ଉଦଘାଟିତ…

add-all

ଫୁଲବାଣୀ :ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଇଭିଏମ ପ୍ରଦର୍ଶନ କେନ୍ଦ୍ର ଉଦଘାଟନ କରାଗଲା। ଏହି ପ୍ରଦର୍ଶନ କେନ୍ଦ୍ର କୁ ଉପଜିଲ୍ଲାପାଳ ଫୁଲବାଣୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ଥିଲେ। ଏହି ପ୍ରଦର୍ଶନ ଆସନ୍ତା ଦୁଇ ମାସ ଧରି ଚାଲିବ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଇଭିଏମ ସମ୍ପର୍କରେ ଗ୍ରାମାଞ୍ଚଳ ରେ ରହୁଥିବା ଭୋଟର ତଥା ନୂତନ ଭାବରେ ଭୋଟ ତାଲିକାରେ ପଞ୍ଜିକୃତ ହୋଇଥିବା ଯୁବ ଭୋଟର ମାନଙ୍କୁ ସଚେତନ କରି ତାଙ୍କ ଭିତରେ ଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ଏବଂ ସମସ୍ତ ଫୁଲବାଣୀ ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଭୋଟର ମାନଙ୍କୁ ଇଭିଏମ ଓ ଭିଭିପାଟ ମାଧ୍ୟମରେ ଭୋଟ ଦାନ ପ୍ରକ୍ରିୟାରେ ସାମିଲ କରିବା । ଏହି ଅବସରରେ ଡେପୁଟି କଲେକ୍ଟର,ସୁମନ ଡୁଙ୍ଗ ଡୁଙ୍ଗ,ସହକାରୀ ଜିଲ୍ଲାପାଳ, ବିବେକାନନ୍ଦ ସାମଲ, ସହକାରୀ ଜିଲ୍ଲାପାଳ ମାନସ ରଞ୍ଜନ ପାଣିଗ୍ରାହୀ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ରଞ୍ଜିତା ଲେଙ୍କା, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ଭୋଟର ମାନେ ଉପସ୍ଥିତ ରହି ଭୋଟ ଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ।

ad-week
Leave A Reply

Your email address will not be published.