ଗୁଣି ଗାରେଡ଼ିକୁ ନେଇ ଜଣଙ୍କୁ ହତ୍ୟା ଘଟଣାରେ ଦୁଇ ଭାଇ ଗିରଫ…

add-all

ମାଲକାନଗିରି, ୧୧।୧ ମାଲକାନଗିରି ଆଦର୍ଶ ଥାନା ଅନ୍ତର୍ଗତ ତଣ୍ଡାପାଲ୍ଲୀ ଗ୍ରାମର ଗ୍ରାମର ଲକ୍ଷ୍ମା କବାସୀଙ୍କୁ ଗୁଣିଗାରେଡି କରୁଥିବା ଅଭିଯୋଗରେ ନେଇ ତାଙ୍କ ଗଳା କାଟି ହତ୍ୟା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ତଣ୍ଡପାଲୀ ଗ୍ରାମର ମୁରା ପଡିଆମୀଙ୍କ ସ୍ତ୍ରୀ ଓ ମା ଅଳ୍ପ ଦିନ ବ୍ୟବଧାନ ରେ ମୃତ୍ୟୁ ବରଣ କରିଥିବାରୁ ଗାଁ ର କେହି ବ୍ୟକ୍ତି ତାଙ୍କୁ ଗୁଣିଗାରେଡି କରୁଥିବା ହେତୁ ଏହିପରି ହେଉଥିବା ସନ୍ଦେହ କରି ମୁରା ଏବଂ ତାଙ୍କ ଭାଇ ମୁକୁନ୍ଦ ପଡିଆମୀ ଲକ୍ଷ୍ମାଙ୍କୁ ଦୋଷୀ ବୋଲି ଅଭିଯୋଗ କରି ସୁଯୋଗ ପାଇ ଦୁଇ ଭାଇ ବ୍ଲେଡ ସାହାଯ୍ୟରେ ଲକ୍ଷ୍ମାଙ୍କ ବେକକୁ କାଟି ସାବେରୀ ନଦୀରେ ଫୋଫାଡି ଦେଇଥିଲେ । ଏହାପରେ ଗତକାଲି ସାବେରୀ ନଦୀରେ ତାଙ୍କ ମର ଶରୀରୀକୁ ମାଲକାନଗିରି ଆଦର୍ଶ ଥାନା ପୋଲିସ ଜବତ କରିଥିବା ବେଳେ ଏହି ଘଟଣାରେ ସେହି ଗ୍ରାମର ଦୁଇ ଭାଇ ମୁରା ଓ ମୁକୁନ୍ଦ ସମ୍ପୃକ୍ତ ଥିବା ଜାଣି ପରି ଉଭୟଙ୍କୁ ଗିରଫ କରାଯାଇଛି ବୋଲି ଆଦର୍ଶ ଥାନା ଅଧିକାରୀ ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.