ନାବାଳିକାଙ୍କୁ ଅପହରଣ ଘଟଣା, ୨୬ ଦିନ ପରେ ନାବାଳିକା ଉଦ୍ଧାର, ଅପହରଣକାରୀ ଫେରାର

add-all

ହିଞ୍ଜିଳିକାଟୁ, ୧୧/୧ : ଗତ ୧୪ ତାରିଖରେ ହିଞ୍ଜିଳି ଥାନା ଅଞ୍ଚଳର ଏକ ଗ୍ରାମର ଜୈନିକା ନାବାଳିକାଙ୍କୁ ସେହି ଗ୍ରାମର ଜଣେ ଯୁବକ ଅପହରଣ କରି ନେଇଥିଲେ। ଘଟଣା ନେଇ ନାବାଳିକାଙ୍କ ପରିବାର ଲୋକେ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ – ୯୫୭/୨୩ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା। କୈଣସି ସୁତ୍ରରୁ ଖବର ପାଇ ହିଞ୍ଜିଳି ପୋଲିସ ବୁଧବାର ନାବାଳିକାଙ୍କୁ ଛତ୍ରପୁର ଅଞ୍ଚଳରୁ ଉଦ୍ଧାର କରିଛି।ନାବାଳିକାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ରିପୋର୍ଟରେ ନାବାଳିକା ଜଣଙ୍କ ଗର୍ଭବତୀ ଥିବା ଜଣାପଡିଛି। ଡ଼ାକ୍ତରୀ ମାଇନା ପରେ ନାବାଳିକାଙ୍କୁ ପରିବାର ଲୋକେ ଘରକୁ ନେଇଛନ୍ତି। ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ଅପହରଣକାରୀ ଯୁବକ ଜଣଙ୍କ ଫେରାର ଥିବା ପୁଲିସ ସୂତ୍ରରୁ ପ୍ରକାଶ। ଅପହରଣକାରୀ ଯୁବକଙ୍କୁ ଯଥାଶୀଘ୍ର ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି ।

ad-week
Leave A Reply

Your email address will not be published.