ଦାରିଙ୍ଗବାଡ଼ି ଶୀତ ମହୋତ୍ସବ୨୦୨୪ର ଶୁଭଉଦଘାଟନ…

add-all

ଦାରିଙ୍ଗବାଡ଼ି,୧୧/୧ : ଦାରିଙ୍ଗବାଡ଼ି ଶୀତ ମହୋତ୍ସବ- ୨୦୨୪ର ଶୁଭ ଉଦଘାଟନ ହୋଇଛି। ଏହି ମହୋତ୍ସବ ଆସନ୍ତା ୧୩ ଯାଏ ଚାଲୁରହିବ। ଏହାକୁ ଶୀତ ମହୋତ୍ସବ-୨୦୨୪ କମିଟିର ସଭାପତି ତଥା ଉପ – ବାଚସ୍ପତି ସାଲୁଗା ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ହସ୍ତ ,ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ରିତା ସାହୁ ଯୋଗଦେଇ ଶୁଭଉଦଘାଟନ କଲେ । ସମ୍ମାନିତ ଅତିଥି ଓଡ଼ିଶା ବିହନ ନିଗମ ଅଧ୍ଯକ୍ଷ ବିଜୟ କୁମାର ନାୟକ।,ସ୍ବତନ୍ତ୍ର ଉନ୍ନୟନ ପରିଷଦ  ଅଧ୍ଯକ୍ଷ  ଶ୍ରୀଯୁକ୍ତ ରଦନ ମଲ୍ଲିକ,କାଜୁନିଗମ ଅଧ୍ଯକ୍ଷ ସୁବାଷ ମହାରଣା,ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି ଅଧ୍ଯକ୍ଷ ସୁଶାନ୍ତ କୁମାର ପ୍ରଧାନ,ଘୁ. ଉଦୟଗିରି ପର୍ଯ୍ୟବେକ୍ଷକ କ୍ଳେଶ ପ୍ରଧାନ, ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର ଓ ତହସିଲଦାର ଶରତ ଶବର ଯୋଗାଦେଇ ଥିଲେ । ଅଞ୍ଚଳର ବିଭିନ୍ନ କଳା ସାଂସ୍କୃତିକ ଅନୁଷ୍ଠାନର କଳାକାର ସହିତ ଗୌରୀ ଗଣନାଟ୍ୟର ମାନସ ପଣ୍ଡା ,ଗାୟିକା ଦୀପ୍ତି ରେଖା ପାଡ଼ି ଙ୍କ ଗୀତରେ ଦର୍ଶକ ଝୁମିଥିଲେ ।

ad-week
Leave A Reply

Your email address will not be published.